ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨:ଦ ରୁଲ୍’ ୫ ଡିସେମ୍ବରରେ ସାରା ଦୁନିଆର ସିନେମା ହଲରେ ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ ହେବାର ମାତ୍ର ୪ ଦିନ ମଧ୍ୟରେ ୱାର୍ଲଡୱାଇଡ ୮୦୦ କୋଟି ଟଙ୍କା ପାର କରିଛି । ଏହାରି ମଧ୍ୟରେ କୋଚ୍ଚି ଥିଏଟରର ଏକ ଖବର ସାମ୍ନାକୁ ଆସିଛି । ଯାହାକି ଆଶ୍ଚର୍ଯ୍ୟଜନକ ।
୬ ଡିସେମ୍ବରରେ ଯେବେ ଲୋକେ କୋଚ୍ଚିରେ ୬ଟା ୩୦ର ଶୋ ଦେଖିବା ପାଇଁ ସିନେପଲିସ ସେଣ୍ଟର ସ୍କେ୍ୱୟାର ମଲ୍ରେ ପହଞ୍ଚିଥିଲେ, ସେହି ସମୟରେ ସେମାନଙ୍କ ସହ ଏପରି ଘଟିଲା ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କାରଣ ୩ ଘଣ୍ଟା ୧୫ ମିନିଟର ଫିଲ୍ମ ମାତ୍ର ଅଧ ଘଣ୍ଟାରେ ସରିଗଲା, ଏହା ପୁଣି କ୍ଲାଇମେକ୍ସ ସହ । ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଫିଲ୍ମର ତାମିଲ ଭର୍ଜନର ଫାଷ୍ଟ ହାପ୍ ବିନା ସେକେଣ୍ଡ ହାପ୍ ଦେଖାଯାଇଥିଲା । ରିପୋର୍ଟ ମୁତାବକ କିଛି ଦର୍ଶକ ରିଫଣ୍ଡ ପାଇଁ ଦାବି କରିଥିଲେ, ଅନ୍ୟ କିଛି ଲୋକେ ପ୍ରଥମ ଭାଗକୁ ପୁଣିଥରେ ଦେଖାଇବାକୁ ଦାବି କରିଥିଲେ ।
ଦର୍ଶକଙ୍କ ବାରମ୍ବାର ଦାବି ପରେ ଥିଏଟର ରାତି ୯ଟାରେ ଫିଲ୍ମର ପ୍ରଥମ ଭାଗ ପୁଣି ଥରେ ଦେଖାଇଥିଲା । ହେଲେ ସେପର୍ଯ୍ୟନ୍ତ ଥିଏଟରରେ କେବଳ ୧୦ ଜଣ ଲୋକେ ବସିଥିଲେ । ଅନ୍ୟମାନେ ସେଠାରୁ ପଳାୟନ କରିଥିଲେ । ଥିଏଟର ଦର୍ଶକଙ୍କୁ ରିଫଣ୍ଡ ଦେବାର ପ୍ରତିଜ୍ଞା କରିଛି । ହେଲେ ଦର୍ଶକମାନେ ଏହି ଘଟଣା ପାଇଁ ଅସନ୍ତୁଷ୍ଟ ଅଛନ୍ତି ।