କ୍ୟାମେରା ସାମ୍ନାରେ ଅଭିନେତ୍ରୀଙ୍କୁ ନିର୍ଧୁମ ପିଟିଲେ ଅଭିନେତା, ପ୍ରତିକ୍ରିୟା ରଖିଲେ ହିରୋଇନ୍
କେଉଁ କାରଣ ପାଇଁ କ୍ୟାମେରା ସାମ୍ନାରେ ହିରୋଇନଙ୍କୁ ଚାପୁଡ଼ା ମାରିଲେ ଅଭିନେତା?
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଘବ ଜୁୟାଲ ଏବଂ ଅଭିନେତ୍ରୀ ସାକ୍ଷୀ ମଲିକଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡିଓରେ ରାଘବ ସାକ୍ଷୀଙ୍କୁ ଜୋରଦାର ଚାପୁଡା ମାରୁଛନ୍ତି ଏବଂ ବୋହୁତ ଜୋରେ ରାଗି ଯାଇ ତାଙ୍କୁ ଗାଳି ଦେଉଥିବାର ମଧ୍ୟ କୁହାଯାଉଛି।
ଭିଡ଼ିଓ ଭାଇରାଲ ହେବା ପରେ ସାକ୍ଷୀ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ହେଲେ ଭାଇରାଲ ଭିଡ଼ିଓରେ ଅଭିନେତ୍ରୀଙ୍କୁ ଅଭିନେତା ଜଣକ ଜୋରଦାର ଚାପୁଡା ମାରୁଥିବାର ଦେଖିବାକୁ ମିଳୁଛି।
ଅଭିନେତ୍ରୀଙ୍କୁ ମାଡ଼: ପ୍ରକୃତରେ ନିକଟରେ ରେଡିଟ୍ ନାମକ ଏକ ସୋସିଆଲ ମିଡିଆ ସାଇଟରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାଘବ ଜୁୟାଲ ଏବଂ ସାକ୍ଷୀ ମଲିକଙ୍କୁ ଦେଖିବାକୁ ମିଳିଛି। ଏହା ସହିତ ସେଠାରେ ଆଉ କିଛି ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି। ଉଭୟ କୌଣସି କଥାକୁ ନେଇ ଯୁକ୍ତିତର୍କ କରୁଛନ୍ତି।
ଏପରିକି ଏହି ଯୁକ୍ତିତର୍କ ହାତାହାତିରେ ପରିଣତ ହୋଇଛି। ଉଭୟ ପରସ୍ପରକୁ ଠେଲାପେଲି କରିବା ଆରମ୍ଭ କରୁଛନ୍ତି। ଏହି ମାଡଗୋଳ ଦେଖି ପାଖରେ ଥିବା ଲୋକମାନେ ସେମାନଙ୍କୁ ଅଟକାନ୍ତି।
ହେଲେ ସୁଯୋଗ ପାଇବା ମାତ୍ରେ ରାଘବ ସାକ୍ଷୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରନ୍ତି। ଏହାପରେ ଲୋକମାନେ ସେମାନଙ୍କୁ ଅଟକାନ୍ତି ଏବଂ ଭିଡ଼ିଓ ଶେଷ ହୋଇଯାଏ।
କ’ଣ କହିଲେ ଅଭିନେତ୍ରୀ: ଏହି ଭିଡ଼ିଓ ଭାଇରାଲ ହେବାପରେ ଅଭିନେତ୍ରୀ ସାକ୍ଷୀ ମଲିକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯେଉଁଥିରେ ସାକ୍ଷୀ କହିଛନ୍ତି ଯେ ଏହା ଏକ ଅଭିନୟ ଥିଲା।
ସାକ୍ଷୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋର ଫ୍ୟାନ୍ସମାନଙ୍କୁ ମୁଁ କହିଦେବାକୁ ଚାହିଁବି କି ଏହା ଆମ ନାଟକର ଏକ ସ୍କ୍ରିପ୍ଟ ଥିଲା ଯାହାକୁ ଆମେ ଅଭ୍ୟାସ କରୁଥିଲୁ। ଦୟାକରି ଏହାକୁ ସତ ବୋଲି ଭାବନ୍ତୁ ନାହିଁ। କି ଆମ ମାନଙ୍କୁ ଭୁଲ ବୁଝନ୍ତୁ ନାହିଁ।