fbpx

ଆଜି ବିମାନ ବନ୍ଦର ବନ୍ଦ ! ଛଅ ଘଣ୍ଟା ପାଇଁ କୌଣସି ବିମାନ ଉଡ଼ାଣ କରିବ ନାହିଁ

ମୁମ୍ବାଇ : ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଜଣାଶୁଣା । ଏହି ବିମାନ ବନ୍ଦର ଆଜି ଅର୍ଥାତ ମଙ୍ଗଳବାର ଦିନ (ଅକ୍ଟୋବର ୧୭) ବନ୍ଦ ରହିବ ବୋଲି ସ୍ଥିର ହୋଇଛି । ମନସୂନ ଋତୁ ପରେ ବିମାନବନ୍ଦରର ଦୁଇଟି ରନୱେର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିମାନ ବନ୍ଦର ସାମୟିକ ଭାବେ ବନ୍ଦ ରହିବ । CSMIAର ବିବୃତ୍ତି ଅନୁଯାୟୀ, ଛଅ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ହେବାକୁ ଯାଉଛି । ରକ୍ଷଣାବେକ୍ଷଣ କାର୍ଯ୍ୟ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

ବିମାନବନ୍ଦର ପ୍ରବକ୍ତା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଉଭୟ RWY 09/27 ଏବଂ RWY 14/32 ରନୱେ CSMIA ର ମୌସୁମୀ ପରେ ରନୱେ ରକ୍ଷଣାବେକ୍ଷଣ ଯୋଜନାର ଏକ ଅଂଶ ଭାବରେ ଅକ୍ଟୋବର ୧୭ରେ ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ନିର୍ଦ୍ଧାରିତ ହୋଇଥିବା ଅସ୍ଥାୟୀ ବନ୍ଦ CSMIA ର ବାର୍ଷିକ ମୌସୁମୀ ପରେ ଜରୁରୀ ଯୋଜନାର ଏକ ଅଂଶ ଅଟେ । ଏହି ପରିପ୍ରେକ୍ଷୀରେ ମାସ ପୂର୍ବରୁ ବିମାନ କର୍ମଚାରୀଙ୍କୁ ମଧ୍ୟ ଏକ ନୋଟିସ ଜାରି କରାଯାଇଛି ।

କାହିଁକି ବିମାନ ଯାତାୟତ ବନ୍ଦ କରାଗଲା :
ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ବିମାନ ବନ୍ଦରର ନିର୍ଦ୍ଧାରିତ ଅସ୍ଥାୟୀ ବନ୍ଦର ଉଦ୍ଦେଶ୍ୟ ହେଉଛି ରନୱେ ମରାମତି ଏବଂ ରକ୍ଷଣାବେକ୍ଷଣ ବୋଲି କୁହାଯାଇଛି । ସେ କହିଛନ୍ତି ଯେ, କେବଳ ଏହା ମାଧ୍ୟମରେ ବିମାନବନ୍ଦରର ଭିତ୍ତିଭୂମିକୁ ସର୍ବୋଚ୍ଚ ମାନର ରକ୍ଷଣାବେକ୍ଷଣ କରାଯାଇପାରିବ । ଅନ୍ୟପଟେ CSMIA କହିଛି ଯେ ପ୍ରତିବର୍ଷ ମୌସୁମୀ ପରେ ରନୱେ ରକ୍ଷଣାବେକ୍ଷଣ ପାଇଁ ବିମାନ ବନ୍ଦ ହୋଇଯାଏ । ଏହା କାର୍ଯ୍ୟର ଏକ ଅଂଶ ଯାହା ମାଧ୍ୟମରେ କେବଳ ଉଡ଼ାଣ କାର୍ଯ୍ୟ ନୁହେଁ ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯାଇଥାଏ ।

Get real time updates directly on you device, subscribe now.