fbpx

AgriApp: ବୁଣିବା ଠାରୁ  ଅମଳ ପର୍ଯ୍ୟନ୍ତ ସବୁ ତଥ୍ୟ ଗୋଟିଏ ଆପରେ

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଯୁଗରେ ସବୁକିଛି ଡିଜିଟାଲ ହୋଇଚାଲିଛି । କୃଷି କାର୍ଯ୍ୟ ପାଇଁ ଦରକାର ହେଉଥିବା ସମସ୍ତ ସୂଚନା କିପରି ସହଜରେ ମିଳିପାରିବ ସେନେଇ ତିଆରି କରାଯାଇଛି ଆଗ୍ରି ଆପ୍ । ଏହି ଆପ୍ ଆଜିର ଡିଜିଟାଲ ଯୁଗରେ କୃଷକଙ୍କ ପାଇଁ ବେଶ ସହାୟକ ହେଉଛି । ଏହା ଦ୍ୱାରା କୃଷି ସମ୍ବନ୍ଧୀୟ କୌଣସି ତଥ୍ୟ ଅତି ସହଜରେ ଚାଷୀଙ୍କୁ ମିଳିପାରୁଛି । କୃଷକଙ୍କ ଉଚ୍ଚ ଦକ୍ଷତା, ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ କୃଷି ଉତ୍ପାଦନ ଏବଂ ବିକ୍ରୟ ପାଇଁ ପ୍ରସ୍ତୁତ କରିବା ପାଇଁ କୃଷକ ଏବଂ କୃଷକମାନଙ୍କ ମଧ୍ୟରେ ସଠିକ୍ ସୂଚନା ପ୍ରଦାନ କରିବା ଏହି ଆପ୍ ପ୍ରାଥମିକତା ଦେଇଥାଏ । ଯାହାଦ୍ୱାରା କୃଷିକୁ କ୍ଷେତ୍ର ତଥା ଚାଷୀଙ୍କୁ ସଶକ୍ତ କରିହେବ ।

ଆଗ୍ରି ଆପ୍ ହେଉଛି ଏକ ଆଣ୍ଡ୍ରଏଡ୍ ମୋବାଇଲ ଆପ୍ । ଏହା ଶସ୍ୟ ପରିଚାଳନ ଏବଂ ଉତ୍ପାଦନ କରିବାର ଅଲ-ଇନ-ୱାନ ଆପ୍ । ଏହା ଶସ୍ୟ ଉତ୍ପାଦନ, ଶସ୍ୟର ସୁରକ୍ଷା, କୃଷି ଏବଂ ସ୍ମାର୍ଟ ଫାର୍ମିଙ୍ଗ ଉପରେ ସଂପୂର୍ଣ୍ଣ ତଥ୍ୟ ଦେଇଥାଏ । ଏହା କେବଳ ଏକ ସୂଚନା ପୋର୍ଟାଲ ନୁହେଁ ବରଂ ଏକ କୃଷି ବଜାର ଭାବରେ କାର୍ଯ୍ୟ କରେ । ଗୋଟିଏ ଡିଜିଟାଲ ପ୍ଲାଟର୍ଫମରେ ଚାଷୀ, ସପ୍ଲାୟର, ବ୍ୟବସାୟୀ, ଏବଂ ଯୋଗାଣକାରୀ ସଂସ୍ଥାକୁ ଏକାଠି କରେ । ଆଗ୍ରି ଆପ୍ ହେଉଛି ଭାରତର ସର୍ବଶ୍ରେଷ୍ଠ ଆପ୍ ଯାହା କୃଷକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ । ଯେପରିକି ଫସଲ ପରାମର୍ଶଦାତା, ମାଟି ପରୀକ୍ଷା, ଡ୍ରୋନ୍ ସେବା ଭଳି ଅନେକ ତଥ୍ୟ ଦେଇଥାଏ ।

ଆଗ୍ରି ଆପ୍ ରୁ ମିଳିଥାଏ ଏହି ସୁବିଧା:

ଆଗ୍ରି ଆପ୍ ଦ୍ୱାରା ଫସଲ ପାଇଁ ଦରକାର କୃଷକମାନେ ଉତ୍ପାଦ ପାଇଁ ଦରକାର ହେଉଥିବା ସାର, କୀଟନାଶକ, ସଂକ୍ରାମକ ରୋଗ ବିଷୟରେ ଜାଣିପାରୁଛନ୍ତି ।

ଏହା ଚାଷ ଉପରେ ସବିଶେଷ ବୈଜ୍ଞାନିକ ତଥ୍ୟ ଦେଇଥାଏ । ଯେମିତିକି କୌଣସି ଚାଷର ବୁଣିବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ । କେଉଁ ସମୟରେ ଫସଲ କରିବା ଲାଭଦାୟକ ହେବ କେଉଁ ପାଣିପାଗରେ ହେଇପାରିବ ଏମିତିକି ଆପଣ କରୁଥିବା ପାଣିପାଗରେ ହୋଇପାରିବ କି ନାହିଁ? ତାହାର ସବିଶେଷ ତଥ୍ୟ ଦେଇଥାଏ ।

ଯଦି ଆପଣଙ୍କୁ ଫସଲ ସମ୍ବନ୍ଧରେ କୌଣସ ଅଧିକ ତଥ୍ୟ ଜାଣିବାକୁ ଚାହୁଛନ୍ତି ତେବେ ଏହି ଆପ୍ ମାଧ୍ୟମରେ ଭିଡିଓ, ଫଟୋ, କିମ୍ବା ଚାଟ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏମିତିକି ନିଜ ଭାଷାରେ, ସ୍ଥାନୀୟ ପାଣିପାଗ, ରୋଗ, ବର୍ତ୍ତମାନର ମୂଲ୍ୟ କ’ଣ ରହିଛି, ମାଟିର ସ୍ଥିତି ଏବଂ ଏହା କେତେ ଉପଯୋଗୀ ତାହା ମଧ୍ୟ ଜାରିପାରିବେ ।

ଏହାଛଡ଼ା ଏହି ଆପ୍ ଦ୍ୱାରା କୃଷକ କୌଣସି ସ୍ଥାନରୁ ସାଟେଲାଇଟ ଛବି ଦ୍ୱାରା ତାଙ୍କର ଫସଲ ଦେଖିପାରିବେ  । ଏବଂ କୌଣସି ପ୍ରତିଷେଧକ ଉପାୟ ଆପଣାଇପାରିବେ । ଏହି ଆପରେ ଅନେକ ସ୍ମାର୍ଟ ଫିଚର ରହିଛି । ଏହା ଆପଣଙ୍କର ସ୍ଥାନୀୟ ପାଣିପାଗର ୫ ଦିନର ସୂଚନା ଦେଇଥାଏ ।

Get real time updates directly on you device, subscribe now.