fbpx

ଅମ୍ବାନୀ ପରିବାର ବାହାଘରରେ ବନାରସରୁ ଆସିବ ଶାଢୀ, ଗୋଟିଏ ଶାଢୀକୁ ୬ ଲକ୍ଷ ….

Advertisement

ଓଡିଶା ଭାସ୍କର: ବିଶ୍ୱର ପ୍ରସିଦ୍ଧ ଉଦ୍ୟୋଗପତି ଭାବରେ ଜଣାଶୁଣା ଅମ୍ବାନୀ ପରିବାରରେ ଏବେ ଅନନ୍ତ ଅମ୍ବାନୀଙ୍କ ବାହାଘର ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଗତ ଦିନରେ ନୀତା ଅମ୍ବାନୀ ଧର୍ମନଗରୀ କାଶୀରେ ବାବା କାଶୀ ବିଶ୍ୱନାଥ ଓ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନିଜ ପୁଅ ଅନନ୍ତ ଓ ବହୂ ରାଧିକାର ବିବାହ ନିମନ୍ତ୍ରଣ ଦେଇ ଆସିଛନ୍ତି । ତାହାସହ ପରିବାର ପାଇଁ ଗଙ୍ଗାମାତାଙ୍କ ଆଶୀର୍ବାଦ ବି ଭିକ୍ଷା କରିଥିଲେ ନୀତା । କାଶୀରେ ସେ ବନାରସୀ ଶାଢୀ ଦେଖି ବିଶେଷ ରୁଚି ଦେଖାଇଥିଲେ । ସହରର ବିଭିନ୍ନ ଦୋକାନ ବୁଲିଥିଲେ । ସେ ସ୍ୱତନ୍ତ୍ରଧରଣର ବନାରସୀ ଶାଢୀ ଦେଖି ନିଜ ପୁଅର ବିବାହ ପାଇଁ ଅର୍ଡର ଦେଇଥିଲେ ।

ବନାରସୀ ଶାଢୀକୁ ଦେଶ ତଥା ବିଦେଶରେ ଖୁବ ପସନ୍ଦ କରାଯାଏ । ବିଶେଷକରି, ମାଙ୍ଗଳିକ କାର୍ଯ୍ୟରେ ଏହାର ବହୁଳ ବ୍ୟବହାର କରାଯାଏ । ସନାତନ ପରମ୍ପରାରେ ବନାରସୀ ଶାଢୀକୁ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ । ନୀତା ଅମ୍ବାନୀ ବି ବନାରସୀ ଶାଢୀକୁ ବେଶ୍ ପସନ୍ଦ କରନ୍ତି । ବିଶେଷକରି, ସେ ବନାରସର ହଜାରା ବୁଟି ଶାଢୀର ଦିୱାନା ଅଟନ୍ତି । ଏହା କେବଳ ବନାରସରେ ମିଳେ । ଏହି ଶାଢୀରେ ୫୮ ପ୍ରତିଶତ ରୂପା ଓ ୧.୫ ପ୍ରତିଶତ ସୁନାର ମିଶ୍ରଣ ଥାଏ । ଗୋଟିଏ ଶାଢୀର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ପ୍ରାୟ ୫୦୦ ରୁ ଅଧିକ ଭିନ୍ନ ଭିନ୍ନ ପ୍ରକାରର ବନାରସ ଶାଢୀର ଅର୍ଡର ଦେଇଛନ୍ତି ନୀତା ଅମ୍ବାନୀ । ୬୦ ଟି ଶାଢୀକୁ ସେ ନିଜେ କିଣି ନିଜ ସହ ମୁମ୍ବାଇ ନେଇ ଆସିଛନ୍ତି । ଏହି ଅର୍ଡର ହୋଇଥିବା ଶାଢୀ ଜୁଲାଇ ପ୍ରଥମ ସପ୍ତାହରେ ଅମ୍ବାନୀ ପରିବାରଙ୍କ ଘରେ ପହଞ୍ଚି ସାରିଥିବ ।

Get real time updates directly on you device, subscribe now.