ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହାପରେ ଅଧିନାୟକ ଶୁଭମନ ଗିଲ୍ ଦ୍ୱିଶତକ ହାସଲ କରିଥିଲେ ଏବଂ ଭାରତ ପାଇଁ ୨୬୯ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଭଲ ବ୍ୟାଟିଂ କରିଥିଲେ।
ଏହି ଖେଳାଳିମାନଙ୍କ ଯୋଗୁଁ ହିଁ ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୫୮୭ ରନ୍ କରିଛି। ଆଉ ଏବେ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ବଲ୍ ଅଧିନାୟକ ଶୁଭମନ ଗିଲଙ୍କ ମୁଣ୍ଡରେ ବାଜିଛି।
ବଲ୍ ମୁଣ୍ଡରେ ବାଜିଲା: ଇଂଲଣ୍ଡ ବିପକ୍ଷ ଇନିଂସରେ ୩୭ତମ ଓଭର ରବିନ୍ଦ୍ର ଜାଡେଜା ବୋଲିଂ କରିଥିଲେ। ସେତେବେଳେ କ୍ରିଜରେ ଜେମି ସ୍ମିଥ୍ ଏବଂ ହ୍ୟାରି ବ୍ରୁକ ଉପସ୍ଥିତ ଥିଲେ।
ଏହି ଓଭରର ଦ୍ୱିତୀୟ ବଲ୍ ରେ ବ୍ରୁକ ଏକ ଜୋରଦାର ଷ୍ଟ୍ରୋକ୍ ମାରିଥିଲେ। ଯାହା ସ୍ଲିପରେ ଠିଆ ହୋଇଥିବା ଶୁଭମନ ଗିଲ୍ ପାଖକୁ ଯାଇଥିଲା। ସଟ୍ ଏତେ ଦ୍ରୁତ ଥିଲା ଯେ, ବଲ୍ ଟି ଗିଲଙ୍କ ହାତରେ ରହିବା ବଦଳରେ ତାଙ୍କ ମୁଣ୍ଡରେ ବାଜିଥିଲା।
ଏହାପରେ ପଡ଼ିଆରେ ଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ କିଛି ସମୟ ପାଇଁ ବ୍ୟସ୍ତ ହୋଇପଡିଥିଲେ। ତାପରେ ଡକ୍ଟର ତୁରନ୍ତ ତାଙ୍କୁ ଚେକଅପ୍ କରିବାକୁ ପଡ଼ିଆରେ ପହଞ୍ଚିଲେ। ହେଲେ ଭାଗ୍ୟ ଭଲ ଥିଲା ବଲ୍ ବେଶା ଆଘାତ କରିନଥିଲା।