fbpx

ଦିଲ୍ଲୀ ହାଇକୋର୍ଟର ବଡ ନିଷ୍ପତ୍ତି, ‘ସମସ୍ତେ ଜୀବନ ସାଥୀକୁ ନିଜ ଇଛାରେ ବାଛି ପାରିବେ’

Advertisement

ନୂଆଦିଲ୍ଲୀ : ପୁଅ ହେଉ ବା ଝିଅ ହେଉ ସମସ୍ତଙ୍କୁ ନିଜ ଜୀବନସାଥୀ ବାଛିବାର ଅଧିକାର ଦେବା ଉଚିତ । କେତେ ଜଣ ବାପା ମାଆ ଇଚ୍ଛାରେ ବିବାହ କରିଦିଅନ୍ତି, କିନ୍ତୁ ସେ କେବେ ସେଥିରେ ଖୁସି ହୋଇପାରନ୍ତି ନାହିଁ । ଏହାର ପ୍ରଭାବ ତାଙ୍କର ବୈବାହିକ ଜୀବନ ଉପରେ ପଡେ । ତେଣୁ ଏହି ସମସ୍ତ ଜିନିଷକୁ ନଜରରେ ରଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଜଣେ ବ୍ୟକ୍ତିକୁ ନିଜର ଜୀବନ ସାଥୀ ବାଛିବା ଅଧିକାର ଅଛି । ଏହି ଅଧିକାର କେବଳ ବିଶ୍ୱାସ ଏବଂ ଧର୍ମ ପ୍ରସଙ୍ଗରେ ସୀମିତ ହୋଇପାରିବ ନାହିଁ । କୋର୍ଟ କହିଛନ୍ତି ଯେ, ବିବାହ କରିବାର ଅଧିକାର ହେଉଛି ଏକ ‘ମାନବିକ ସ୍ୱତନ୍ତ୍ରତା’ ତେଣୁ ଏହି ନିଷ୍ପତିକୁ ବୟସ୍କଙ୍କ ସହମତି ହେବାବେଳେ ରାଜ୍ୟ, ସମାଜ କିମ୍ବା ପିତାମାତାଙ୍କ ଦ୍ୱାରା ନିର୍ଣ୍ଣୟ କରାଯିବା ଉଚିତ ନୁହେଁ । ଜଷ୍ଟିସ ସୌରଭ ବାନାର୍ଜୀ ମହିଳାଙ୍କ ପରିବାର ପ୍ରତି ବିପଦ ଥିବା ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି ।

ଏକ ଦମ୍ପତି ସେମାନଙ୍କ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ ଅନୁଯାୟୀ ବିବାହ କରିଥିଲେ, ଯେଉଁ କାରଣରୁ ସେମାନଙ୍କ ପରିବାର ଲୋକେ ଧମକ ମଧ୍ୟ ଜାରି ରଖିଥିଲେ । କୋର୍ଟ କହିଛନ୍ତି ଯେ, ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାର ଅଧିକାର ହେଉଛି ସମ୍ବିଧାନର ଧାରା ୨୧ର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ନିଶ୍ଚିତ କରିଥାଏ । ଏହିଁ କଥାକୁ ବିଶେଷ ଧ୍ୟାନ ଦେଇ କହିଛନ୍ତି ଯେ ବ୍ୟକ୍ତିଗତ ପସନ୍ଦ, ବିଶେଷକରି ବିବାହ ପ୍ରସଙ୍ଗରେ, ଧାରା ୨୧ ଅନୁଯାୟୀ ସୁରକ୍ଷିତ ଅଛି । ଜଷ୍ଟିସ ବାନାର୍ଜୀ କହିଛନ୍ତି ଯେ ମହିଳାଙ୍କ ପିତାମାତା ଏହି ଦମ୍ପତିଙ୍କ ଜୀବନ ଏବଂ ସ୍ୱାଧୀନତାକୁ ବିପଦରେ ପକାଇ ପାରିବେ ନାହିଁ। ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ପସନ୍ଦ ପାଇଁ ତାଙ୍କୁ ସାମାଜିକ ଅନୁମୋଦନ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ଦମ୍ପତିଙ୍କ ସୁରକ୍ଷା ପାଇଁ ଏକ ବିଟ୍ କନଷ୍ଟେବଳ ଏବଂ SHO ର ଯୋଗାଯୋଗ ସୂଚନା ପ୍ରଦାନ କରିବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବ୍ୟତୀତ ଅନ୍ୟ ଏକ ମାମଲାରେ ମଧ୍ୟ ହାଇକୋର୍ଟ କହିଛନ୍ତି ଯେ, ପତି-ପତ୍ନୀଙ୍କ ସମ୍ପର୍କକୁ ମନଇଚ୍ଛା ପ୍ରତ୍ୟାଖ୍ୟାନ କରିବା ନିଷ୍ଠୁରତା କୁହାଯାଏ । ଏହି ମାମଲାରେ ଦମ୍ପତିଙ୍କୁ ଦିଆଯାଇଥିବା ଛାଡପତ୍ର ଆଦେଶକୁ କୋର୍ଟ ସମର୍ଥନ କରିଛନ୍ତି । ଏହି ଦମ୍ପତିଙ୍କ ବିବାହ ମାତ୍ର ୩୫ ଦିନ ଚାଲିଥିଲା । ଅନ୍ୟ ଏକ ମାମଲାରେ, ଏକ ଅନ୍ତରଧାର୍ମିକ ଦମ୍ପତିଙ୍କ ଆବେଦନ ହାଇକୋର୍ଟଙ୍କ ଦ୍ୱାରା ଶୁଣାଣି ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଜୀବନ ସାଥୀ ଚୟନ କେବଳ ବିଶ୍ୱାସ ଏବଂ ଧର୍ମ ଦ୍ୱାରା ପ୍ରଭାବିତ ହୋଇପାରିବ ନାହିଁ ।

 

Get real time updates directly on you device, subscribe now.