fbpx

ଜାମୁଝରୀରେ ହେବ ସର୍ବବୃହତ ଜେଲ୍, ୨୫୦୦ ହଜାର ରିହିପାରିବେ କଏଦୀ

ଭୁୁବନେଶ୍ୱର: ରାଜ୍ୟର ସର୍ବବୃହତ ଜେଲ୍ ଜାମୁଝରିରେ ନିର୍ମାଣ ହେବାକୁ ଯାଉଛି । ଝାରପଡ଼ା ଜେଲ୍ ଜାମୁଝରିକୁ ସ୍ଥାନାନ୍ତର ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା କଥା ସୂଚନା ମିଳିଛି । ଜାମୁଝରୀରେ ଆନ୍ତର୍ଜାତୀୟ ସ୍ତରର ଜେଲ ନିର୍ମାଣ କରାଯିବ ।

ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ଜେଲରେ ୨୫୦୦ କଏଦୀ ରହିବାର ବ୍ୟବସ୍ଥା କରାଯାଇଛି । ଏଠାରେ ୫୦ ଏକର ଜାଗାରେ ଜେଲ ନିର୍ମାଣ କରାଯିବ । ଆଗାମୀ ୨ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ରାଜ୍ୟର ପ୍ରଥମ ଗ୍ରୀନ ଜେଲ ସହ ସ୍ମାର୍ଟ ଜେଲ ରୂପେ ତିଆରି ହେବ । ପୋଲିସ ହାଉସିଂ କର୍ପୋରେସନ ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ କରିବ ବୋଲି କହିଛନ୍ତି। ଏହି ତିହାର ଜେଲକୁ ଡିଜି ପ୍ରିଜନ ମନୋଜ ଛାବ୍ରା ପରିଦର୍ଶନ କରିଛନ୍ତି । ଜେଲ ନିର୍ମାଣ ପାଇଁ ପ୍ଲାନ ଦେଉଥିବା ଆର୍କୀଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି। ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଓ ୱାର୍ଡର ହେବ ବ୍ୟବସ୍ଥା କରାଯିବ ।

ଜେଲରେ ହସ୍ପିଟାଲ, ଥିଏଟର, ଲାଇବ୍ରେରୀ, ରହିବ । ଏହା ବ୍ୟତୀତ ନୂତନ ଜେଲ ନିର୍ମାଣ ପାଇଁ ଜେଲ୍ ବିଭାଗ ପ୍ରସ୍ତାବ ଦେଇଛନ୍ତି । ଖୁବ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବା ନେଇ ଜେଲ୍ ଡିଜି ସୂଚନା ଦେଇଛନ୍ତି । ଝାରପଡ଼ା ଜେଲ ସିଧାସଳଖ ଜାମୁଝରୀକୁ ସ୍ଥାନାନ୍ତର ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

-ଜେଲ ଭିତରେ ରହିବ ୧୨୦ ବେଡ଼ ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର
-ଜେଲ ଭିତରେ ଅନ୍ତେବାସୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ
-ଫୁଡ଼ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ
-ମିଲେଟ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ

-ଜେଲ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ହେବ ଅଭିନବ ପ୍ରୟାସ
-୫ଟି ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ
-ଜେଲକୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ
-ଜେଲ ଡିଜି ମନୋଜ ଛାବ୍ରାଙ୍କ ସୂଚନା

Get real time updates directly on you device, subscribe now.