fbpx

ମଙ୍ଗଳ ଗ୍ରହରେ ଦେଖାଗଲା ନୀଳ ଧୂଆଁ ସାଙ୍ଗକୁ ବିଚିତ୍ର ପଲିଗନ: ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ମଙ୍ଗଳ ଗ୍ରହରୁ ଆସିଥିବା ଏକ ଚିତ୍ରକୁ ଦେଖି ବ÷ଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆସିଥିବା ଏହି ଚିତ୍ରରେ ମଙ୍ଗଳ ଗ୍ରହର ମାଟିରେ କ୍ରାକ୍ସ ଥିବା ଦେଖା ଯାଇଛି । କ୍ରାକ୍ସ ସାଙ୍ଗକୁ ନୀଳ ଧୁଆଁ ମଧ୍ୟ ଦେଖିବାକୁ ମିଳିଛି ମଙ୍ଗଳ ଗ୍ରହରେ । ତେବେ ଏହି ନୀଳ ଧୂଆଁ ଓ କ୍ରାକ୍ସର କଣ କାରଣ ରହିଛି ବୈଜ୍ଞାନିକମାନେ ତାହା ପ୍ରକାଶ କରିଛନ୍ତି ।

ହାଇ ରିଜଲ୍ୟୁସନ ଇମେଜିଙ୍ଗ ଏକ୍ସପେରିମେଣ୍ଟ କ୍ୟମେରା ମଙ୍ଗଳ ଗ୍ରହର ନେଇଥିବା ଏକ ଚିତ୍ରରେ ରହସ୍ୟମୟୀ ପଳିଗନ ଦେଖିବାକୁ ମିଳିଛି । ଅନ୍ତରୀକ୍ଷରୁ ଆସିଥିବା ଏହି ଚିତ୍ରରେ ପଲିଗନକୁ ପରିଷ୍କାର ଭାବେ ଦେଖା ଯାଇ ପାରୁଛି । ମଙ୍ଗଳ ଗ୍ରହର ମାଟି ଉପରେ ଜିଗଜାଗ ସଦୃଶ କ୍ରାକ୍ସ ପଡ଼ିଥିବା ନେଇ ବୈଜ୍ଞାନିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏହି କ୍ରାକ୍ସ ମଧ୍ୟରେ ବେଳେବେଳେ କଳା ଓ ନୀଳ ଧୁଆଁ ପଡ଼ୁଥିବା ଚିତ୍ରରେ ଦେଖିବାକୁ ମିଳିଛି।

ଏରିଜୋନା ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ଏହି ଜିଗଜାଗ ବିଶିଷ୍ଟ ରଙ୍ଗୀନ ଧୁଆଁ ମଙ୍ଗଳ ଗ୍ରହରେ ଆସିଥିବା ବସନ୍ତ ଋତୁ କୁ ଦର୍ଶାଉଥିବା ପ୍ରକାଶ କରିଛନ୍ତି । ଅନୁସନ୍ଧାନକାରୀଙ୍କ ମତରେ ମଙ୍ଗଳ ଗ୍ରହରେ ପାଣି ସହ ଶୁଖିଲା ବରଫର ଗୁରତ୍ୱପୂର୍ଣ୍ଣ ଭୂମିକା ରହିଛି । ମାଟିରେ ରହିଥିବା ଏହି ଶୁଖିଲା ବରଫ ବସନ୍ତ ଋତୁ ସମୟରେ କ୍ରାକ୍ସ ଆଣିଥାଏ । ବରଫ ଗ୍ୟାସରେ ପରିବର୍ତ୍ତନ ହେବାରୁ କ୍ରାକ୍ସ ଆସିବାର ଏହି ପ୍ରକ୍ରିୟାକୁ ସମ୍ବଲିମେଶନ କୁହାଯାଇଥାଏ । ଏହି ପ୍ରକ୍ରିୟାରେ ଶୁଖିଲା ବରଫ ମଙ୍ଗଳ ଗ୍ରହର ସ୍ଥଳ ଭାଗରେ କ୍ରାକ୍ସ ଦ୍ୱାରା ବାହାରକୁ ବାହାରିଥାଏ । ଶୁଖିଲା ବରଫ ପୁଣି ଗାଢ ରଙ୍ଗର କଣିକା ହୋଇ ଭୂପୃଷ୍ଠକୁ ଫେରିଯାଏ । ଚମକୁଥିବା ଏହି ଚିହ୍ନ ଦ୍ୱାରା ସ୍ଥଳଭାଗ ରଙ୍ଗୀନ ଦେଖାଯାଏ । କ୍ୟାମେରା ଏହି ରଙ୍ଗ ଥିବା କ୍ରାକ୍ସର ଚିତ୍ର ନେଇଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.