fbpx

ଆଜି ଠାରୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରୀ: କରନ୍ତୁ ଆପଣାନ୍ତୁ କ୍ୟାରିୟରରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଆଜିଠାରୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରୀ । ଆଷାଢ ମାସର ନବରାତ୍ରୀକୁ ଗୁପ୍ତ ନବରାତ୍ରୀ କୁହାଯାଏ । ଏହି ମାସର ଶୁକ୍ଳ ପକ୍ଷର ପ୍ରତିପଦରେ ନବରାତ୍ରୀ ଆରମ୍ଭ ହୋଇଥାଏ । ଆସନ୍ତା ୯ ଜୁଲାଇ ପର୍ଯ୍ୟନ୍ତ ଏହି ପୂଜା ପାଳନ କରାଯିବ । ଗୁପ୍ତ ନବରାତ୍ରୀର ପ୍ରଥମ ଦିନରେ ଗୁରୁ ପୁଷ୍ୟ ଯୋଗ, ସ୍ୱାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଆଡଳ ଯୋଗ, ବିଡାଳ ଯୋଗ ଏବଂ ଧ୍ରୁବ ଯୋଗ ରହିଛି । ଶୁଭ ମୂହୁର୍ତ୍ତରେ ଏହି ପୂଜା କଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯିବ ବୋଲି ବିଶ୍ୱାସ ରହିଛି ।

ଯେଉଁ ବ୍ୟକ୍ତିମାନେ ଚାକିରୀ ବା ବ୍ୟବସାୟରେ ଉନ୍ନତି ପାଇବାକୁ ଚାହୁଁଛନ୍ତି ଏହି ଗୁପ୍ତ ନବରାତ୍ରୀରେ ଏକ ସହଜ ଉପାୟ କଲେ ଆପଣଙ୍କ କ୍ୟାରିୟରରେ ସଫଳତା ମିଳିବ । ୯ ଦିନ ପର୍ଯ୍ୟନ୍ତ ଦୁର୍ଗାମା’ଙ୍କ ସାମ୍ନାରେ ରାତିରେ ଘିଅଦୀପ ଜାଳିବା ସହ ୯ଟି ପାତ୍ରରେ ୨ଟି ଲେଖାଏଁ ଲବଙ୍ଗ ରଖି ମାଙ୍କୁ ଅର୍ପଣ କଲେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବ । ଏହା କରିବା ଦ୍ୱାରା ଆପଣଙ୍କ କ୍ୟାରିୟରରେ ସଫଳତା ମିଳିବ ।

ଯଦି ରୋଗରୁ ଉପଶମ ମିଳୁ ନାହିଁ ତେବେ ଏହି ୯ ଦିନରେ ଆଦିଶକ୍ତିଙ୍କୁ ଲାଲ ଫୁଲ ଅର୍ପଣ କରିବା ସହ ‘ଓଁ କ୍ରିଂ କାଳିକାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ସକାରାତ୍ମକ ପ୍ରଭାବ ପଡ଼ୁଥିବା ଆପଣ ନଜର କରିପାରିବେ । ଗୁପ୍ତ ନବରାତ୍ରୀ ସମୟରେ ସୁନା ବା ଚାନ୍ଦିର ମୁଦ୍ରା କିଣି ଏହାର ପୂଜା କଲେ ଘରେ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି ।

ଗୁପ୍ତ ନବରାତ୍ରିରେ ଅମ୍ବେ ମାତାଙ୍କ ପୁଜା କରାଯାଇଥାଏ । ଯଦି ଆପଣମାନେ ଘଟ ସ୍ଥପନା କରିଥିବେ ତେବେ ସନ୍ଧ୍ୟାରେ ନିଶ୍ଚିତ ଭାବେ ମା’ଙ୍କ ଆଳତୀ କରିବା ଅବଶ୍ୟକ । ଏହି ୯ ଦିନ ଭିତରେ ଆମିଷ ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ବ୍ରହ୍ମଚର୍ଯ୍ୟ ପାଳନ କରାଯାଇଥାଏ । ସେହିପରି ଏହି ସମୟରେ କ୍ରୋଧ ପ୍ରକାଶ କରିବା ଅନୁଚିତ ।

Get real time updates directly on you device, subscribe now.