ଘନ କୁହୁଡି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା; ଫଶିଲେ ୨୫ରୁ ଅଧିକ ଯାତ୍ରୀ

ଚିଲିକା: ରାଜ୍ୟରେ ଶୀତର ପ୍ରକେପ ଜାରୀ ରହିଥିବା ବେଳେ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଯାତାୟତରେ ଅନେକ ଅସୁବିଧା ଉତ୍ପନ ହେଉଥିବା ଜଣାପଡିଛି । ତେବେ ଏହାରି ମଧ୍ୟରେ ଆଜି ମକର ମେଳା ଥିବାକୁ ଅନେକ ଲୋକେ ବିଭିନ୍ନ ପ୍ରସିଦ୍ଧ ସ୍ଥାନକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି । ସେହିପରି ମା କାଳିଜାଇ ପିଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କିନ୍ତୁ ଏହାରି ମଧ୍ୟରେ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକି କାଳିଜାଇରେ ଥିବା ଭକ୍ତମାନଙ୍କ ମନରେ ଭୟ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ଯିବା ସମୟରେ ହଠାତ୍ ଚିଲିକା ମଝିରେ ବର୍ତ୍ତମାନ ଡଙ୍ଗାଟି ଅଟକି ଯାଇଛି । ଫଳରେ ଡଙ୍ଗାରେ ଥିବା ସମସ୍ତ ଶ୍ରଦ୍ଧାଳୁ ଭୟଭିତ ହୋଇପଡିଛନ୍ତି । ତେବେ ଡଙ୍ଗାରେ ପାଖାପାଖି ୨୫ରୁ ଅଧିକ ଜଣ ଶ୍ରଦ୍ଧାଳୁ ଥିବା ଜଣାପଡିଛି । ତେବେ ଘନ କୁହୁଡି କାରଣରୁ ଡଙ୍ଗାର ଗତି ଜଣାପଡୁନଥିବାରୁ ଚଲିକା ମଝିରେ ଡଙ୍ଗାଟି ଅଟକି ରହିଛି ।

ଅନ୍ୟପକ୍ଷେ ଅଟକି ଥିବା ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ମଧ୍ୟ ମଝି ଚିଲିକାରେ ଅଟକି ଥିବା ଜଣାପଡିଛି । ଯାହାକି ଡଙ୍ଗାରେ ଥିବା ଶ୍ରଦ୍ଧାଳୁ ଏବଂ କାଳିଜାଇନ ନିକଟରେ ଥିବା ଭକ୍ତମାନଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ବାରମ୍ବାର କାହିଁକି ଚିଲାକା ମଝିରେ ଫରି ଡଙ୍ଗା ଫଶୁଛି , ତାହା ଆଜି ପ୍ରର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ଏହା ପୂର୍ବରୁ ମଧ୍ୟ ଏହିପରି ଅନେକ ଡଙ୍ଗା ଚିଲିକା ମଝିରେ ଫଶୁଥିବା କଥା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.