fbpx

ଚିଲିକା ମଝିରେ ଅଟକିଗଲା ଡଙ୍ଗା, ଫଶି ରହିଥିବା ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଭୁୁବନେଶ୍ୱର: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫଶିରହିଛି । ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଯାଉଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପୁରୀ ସାତପଡାରୁ ଜହ୍ନିକୁଦ ଯାଉଥିଲେ ।

ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ଘଟିଥିବା କୁହାଯାଉଛି । ଡଙ୍ଗାରେ ୨୫ରୁ ଅଧିକ ବାଇକ୍ ଥିବାର ସୂଚନା ମିଳିଛି । ଯାତ୍ରୀଙ୍କ ଉଦ୍ଧାର ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ବେଳେ ସମସ୍ତ ଯାତ୍ରୀ ଉଦ୍ଧାର ଲାଗି ଆକୁଳ ନିବେଦନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏକ ଯାତ୍ରୀବାହୀ ଡଙ୍ଗା ପ୍ରାୟ ୬୦ ଜଣ ଯାତ୍ରୀ ଓ ୨୫ଟି ବାଇକ୍ ଧରି ସାତପଡାରୁ ଅପରାହ୍ନ ୪ ଟାରେ ଜହ୍ନିକୁଦ ଅଭିମୁଖେ ବାହାରିଥିଲା । ଡଙ୍‌ଗାଟି ସାଢେ ୪ଟା ସମୟରେ ମହିଷା ଗାଁ ତଳି ଚିଲିକା ମଝିରେ ହଠାତ୍ ଅଟକି ଯାଇଥିଲା । ଡଙ୍ଗାରେ ଥିବା ମେସିନ ବନ୍ଦ ହୋଇଯାଇଥିବାରୁ ଏପରି ହୋଇଥିଲା । ଡଙ୍ଗାରେ ଥିବା ଲୋକମାନଙ୍କ ଚିତ୍କାର ଶୁଣି ଚିଲିକାକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ସେଠାରେ ପହଞ୍ଚି ୨ ଟି ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।

Get real time updates directly on you device, subscribe now.