ଓଡ଼ିଶା ଭାସ୍କର: ହାର୍ଟ ସହ ଜଡ଼ିତ ରୋଗର ଆଶଙ୍କା ଆଜିକାଲି ସମୟରେ ବଢିବାକୁ ଲାଗିଛି । ଏହି ରୋଗର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ ଯେତେବେଳେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅମ୍ଳଜାନ ହାର୍ଟ ପାଖକୁ ପହଁଚି ନଥାଏ । ଧମନୀରେ କୋଲେଷ୍ଟ୍ରୋଲ ଜମା ହେବା କାରଣ ମଧ୍ୟ ହୃଦୟ ସହିତ ସମ୍ବନ୍ଧିତ ରୋଗ ପରି ହାର୍ଟ ଆଟାକ ଏବଂ ଷ୍ଟ୍ରୋକ୍ ଆଦି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ହୃଦୟ ସହ ସମ୍ବନ୍ଧିତ ଯେକୌଣସି ରୋଗ ହେବା ପୂର୍ବରୁ ତାହା ଶରୀରର ଅନ୍ୟାନ୍ୟ ଅଙ୍ଗରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଶରୀରର କେଉଁ ଯାଗାରେ ହୃଦୟ ସହ ଜଡ଼ିତ ରୋଗର ଲକ୍ଷଣ ଦେଖାଯାଏ..
- ଯଦି ପେଟ ଏବଂ ଛାତି ଜଳିବା ସହ ଅସ୍ଥିରତା ଦେଖାଦେଉଛି ତେବେ ଏହା ହୃଦୟ ସହ ଜଡ଼ିତ ରୋଗର ଲକ୍ଷଣ ହୋଇଥାଏ । ଯଦି ଏହି ସମସ୍ୟା କିଛିଦିନ ପର୍ଯ୍ୟନ୍ତ ରହୁଛି ତେବେ ଏହାକୁ ନେଇ ଆପଣ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
- ଛାତି ଭାରି ଭାରି ଲାଗିବା ବା ଅତିରିକ୍ତ ଚାପ ଅନୁଭବ ହେବା ଆଦି ସମସ୍ୟା ହାର୍ଟ ଆଟାକର ସଂକେତ ଦେଇଥାଏ । ଯଦି ଆପଣଙ୍କ ଛାତିରେ ହେଉଥିବା କଷ୍ଟର ପରିମାଣ ବଢିଯାଏ ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ଦେଖାନ୍ତୁ ।
- ହାର୍ଟ ଆଟାକ ଅସିବା ବେଳେ କେବଳ ଛାତିକୁ କଷ୍ଟ ହୋଇନଥାଏ, ଏହା ସମଗ୍ର ଶରୀରର ବିଭିନ୍ନ ଅଙ୍ଗକୁ କଷ୍ଟ ହୋଇଥାଏ । ଯଦି ବିନା କାରଣରେ ଆପଣଙ୍କର ଜଙ୍ଘ କିମ୍ବା ବେକରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ତୁରନ୍ତ ଆପଣ ଡ଼ାକ୍ତରଙ୍କ ସହିତ ଯୋଗାଯୋଗ କରିବା ଜରୁରୀ ଅଟେ ।
- ଏହି ଲକ୍ଷଣ ସାଧାରଣତଃ ମହିଳା ମାନଙ୍କ ପାଖରେ ଦେଖାଦେଇଥାଏ । ଏହି ସ୍ଥିତିରେ ବ୍ୟକ୍ତିକୁ ଅସ୍ଥରତା ଅନୁଭବ ହେବା ସହ ଶୋଇବାରେ ଏପରି ଅସୁବିଧା ହୋଇଥାଏ ଯେପରି ସାଙ୍ଗେସାଙ୍ଗେ ବାନ୍ତି ହୋଇଯିବ । କିନ୍ତୁ ଜରୁରୀ ଯେ, ଆପଣ ପେଟ ଫୁଲିବା ଏବଂ ବାନ୍ତି ହେବାର ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।
- ହାର୍ଟ ସହ ଜଡ଼ିତ ସମସ୍ୟାର ସିଧା ସମ୍ବନ୍ଧ ଏହି କଥାରେ ଅଛି ଯେ, ଶରୀରର କିଛି ଅଂଶକୁ ରକ୍ତ ପ୍ରବାହ ପର୍ଯ୍ୟାପ୍ତ ପରିମାଣରେ ହୋଇନଥାଏ ଯାହଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ଏବଂ ଥକାପଣ ଅନୁଭବ ହୁଏ ।
- ପାଦ ଫୁଲିବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହାର୍ଟ ଆଟାକ୍ ର ସବୁଠାରୁ ସାଧାରଣ ଲକ୍ଷଣ ଅଟେ । ତେବେ ଏହା ହେଉଛି ହାର୍ଟ ଆଟାକର ଲାଷ୍ଟ ଷ୍ଟେଜ । ଏହି ଲକ୍ଷଣକୁ ଦେଖିବା ମାତ୍ରେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।