ଇସ୍କନ ମନ୍ଦିରରେ ଝୁଲୁଛି ପୂଜାରୀଙ୍କ ମୃତଦେହ, କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ
ମନ୍ଦିରରେ ଝୁଲୁଛି ପୂଜାରୀଙ୍କ ମୃତଦେହ। ଗତ ୬ ବର୍ଷ ଧରି ଇସ୍କନ ମନ୍ଦିରରେ କରୁଥିଲେ ପୂଜା।
କଟକ: ଇସ୍କନ ମନ୍ଦିରରେ ଝୁଲୁଛି ପୂଜାରୀଙ୍କ ମୃତଦେହ। କଟକ ବିଡାନାସୀ ଇସ୍କନ ମନ୍ଦିରରେ ପୂଜାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ସଂଗ୍ରାମ ସାମଲ।
ପାଖାପାଖି ୬ ବର୍ଷ ହେଲା ସଂଗ୍ରାମ କଟକ ବିଡ଼ାନାସୀ ଇସ୍କନ ମନ୍ଦିରରେ ପୂଜାରୀ ଭାବରେ କାମ କରିଆସୁଛନ୍ତି। ହେଲେ ଗତକାଲି ମନ୍ଦିର ଭିତରେ ସଂଗ୍ରାମଙ୍କ ମୃତଦେହ ଝୁଲିଥିବାର ଦେଖି ପରିବାରକୁ ଖବର ଦିଆଯାଇଥିଲା।
ଆଉ ସଂଗ୍ରାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିବା ସହ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସଂଗ୍ରାମ ଅବିବାହିତ। ପୂର୍ବରୁ ତାଙ୍କର କେହି ଶତ୍ରୁ ନଥିବା କହିଥିଲେ ମା’।
ହେଲେ ମନ୍ଦିରରେ କାମ କରିବା ପରେ ଏଠିକାର ଅନ୍ୟ ପୂଜକ ସଂଗ୍ରାମଙ୍କ ଉପରେ ଇର୍ଷା କରୁଥିଲେ। ଆଉ ଏଥିପାଇଁ ତାଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ସଂଗ୍ରାମଙ୍କ ମାଆ ଅଭିଯୋଗ କରିଛନ୍ତି।
ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଘଟଣାସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ତଦନ୍ତ କରୁଛି। ହେଲେ ଏନେଇ ଇସ୍କନ କର୍ତ୍ତୃପକ୍ଷ କିମ୍ୱା ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।