fbpx

ମୋବାଇଲ ହେଲା କାଳ! କୂଅରେ ଭାସୁଛି ‘ମୋ ବସ୍’ ମହିଳା କଣ୍ଡକ୍ଟରଙ୍କ ମୃତଦେହ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋବାଇଲରେ କଥା ହେବା ବି ସାଜିଲା କାଳ । ଗତରାତିରେ ପୁରୁଣା ଭୁବନେଶ୍ୱରରେ ଛାତରୁ ଖସି ପଡି କୂଅ ଭିତରେ ଗଳି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ମୋ’ ବସ୍ରେ କଣ୍ଡକ୍ଟର ଭାବେ କାମ କରନ୍ତି ବୋଲି ଜଣାପଡିଛି । ଘଟଣା ବିଷୟରେ ସୂଚନା ପାଇବା ପରେ ଲିଙ୍ଗରାଜ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ଭୁବେନଶ୍ୱର ଶ୍ରୀରାମ ନଗର ଲେନ୍-୧୩ରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ନାଁ କ୍ରିଷ୍ଣା ମହାନ୍ତି । ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାମ କରୁଥିଲେ ବୋଲି କୁହାଯାଉଛି । ମୃତ ମହିଳା ଜଣକ ସେଠାରେ ଘର ଭଡ଼ା ନେଇ ରହୁଥିଲେ । ଫୋନରେ କଥା ହେଉଥିବା ବେଳେ ଫସିପଡିବାରୁ ମୃତ୍ୟୁ ହୋଇଥିବା ନେଇ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଅଗ୍ନିଶମ କର୍ମଚାରୀ ଓ ଲିଙ୍ଗରାଜ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।

Get real time updates directly on you device, subscribe now.