fbpx
BJD SKY
BJD SKY

MS Dhoniଙ୍କ ପାଖରେ ଶେଷ ହେବ କ୍ରିକେଟର ବହି… ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ ବିଶେଷଜ୍ଞ

BJD

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ MS Dhoni । ତେବେ ଷଷ୍ଠ ଥର ପାଇଁ ଚମ୍ପିଆନ୍ ହେବା ଆଶା ନେଇ ମଇଦାନକୁ ଓହ୍ଲାଇବେ କ୍ୟାପ୍ଟେନ କୁଲ ମାହି । ଏହାପୂର୍ବରୁ ଧୋନୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ତଥା କମେଣ୍ଟ୍ରେଟର ଆକାଶ ଚୋପ୍ରା । MS Dhoniଙ୍କୁ କ୍ରିକେଟ ବହିର ଶେଷ ଅଧ୍ୟାୟ ବୋଲି ସେ ବୟାନ ଦେଇଛନ୍ତି । ମାହିଙ୍କୁ କ୍ରିକେଟ ଜଗତର ଶ୍ରେଷ୍ଠ ଫିନିସରର ଆଖ୍ୟା ଦେଇ ଏଭଳି କହିଛନ୍ତି ଆକାଶ ଚୋପ୍ରା ।

ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚେପ୍ରା କହିଛନ୍ତି ଯେ, କ୍ରିକେଟ ଇତିହାସରେ ଧୋନୀଙ୍କ ଠାରୁ ଭଲ ଫିନିସର ଏପର୍ଯ୍ୟନ୍ତ କେହି ଦେଖିବାକୁ ମିଳିନାହାନ୍ତି । ତେଣୁ କ୍ରିକେଟ ଉପରେ ଯଦି କେବେ ବହି ଲେଖାଯାଏ, ତେବେ ଏହାର ଫିନିସିଙ୍ଗ ଚାପ୍ଟର(ଶେଷ ଅଧ୍ୟାୟ) ଧୋନୀଙ୍କ ଉପରେ ହିଁ ରହିବ । ଏହାକୁ ସେ ନିଜେ ମଧ୍ୟ ଲେଖିପାରନ୍ତି । କାରଣ ତାଙ୍କଠାରୁ ଭଲ ଫିନିସର କ୍ରିକେଟରେ କେହି ଆସି ନାହାନ୍ତି । ଆକାଶ କହିଛନ୍ତି ଯେ, ୨୦୦୮ ମସିହାରେ ଧୋନୀ ସୀମିତ ଓଭର କ୍ରିକେଟରେ ମ୍ୟାଚ ଫିନିସ କରୁଥିବା ଖେଳାଳି ଭାବରେ ପରିଚୟ ପାଇଥିଲେ । ତାଙ୍କ ଫିନିସିଙ୍ଗ ଷ୍ଟାଇଲ ଯୋଗୁଁ ସେ ସମୟର ସର୍ବଶ୍ରେଷ୍ଠ ଫିନିସର ଅଷ୍ଟ୍ରେଲିଆ କ୍ରିକେଟର ମାଇକେଲ ବେଭନଙ୍କ ସହ ଧୋନୀଙ୍କୁ ତୁଳନା ମଧ୍ୟ କରାଯାଇଥିଲା ।

ସିଙ୍ଗଲ୍ସ, ଡବଲ୍ସ ନେଇ ମ୍ୟାଚ୍ ଖେଳିବା ବେଗନଙ୍କ ପାଇଁ ହତିଆର ଥିଲା । ତେବେ ଧୋନୀ ସିଙ୍ଗଲ୍ସ, ଡବଲ୍ସ ସହିତ ଚୌକା-ଛକ୍କା ମାରିବାରେ ମଧ୍ୟ ଖୁବ ମାହିର । ଏହାବ୍ୟତୀତ ଅଧିକାଂଶ ମ୍ୟାଚରେ ନଟ୍ ଆଉଟ୍ ରହିବା ମାହିଙ୍କର ଆଉ ଏକ ବିଶେଷତ୍ୱ ବୋଲି କୁହାଯାଇପାରେ । ଯେ ପର୍ଯ୍ୟନ୍ତ ଧୋନୀ ପଡ଼ିଆରେ ଅଛନ୍ତି, ମ୍ୟାଚ କୌଣସି ମୁହୂର୍ତ୍ତରେ ଭାରତ ବିପକ୍ଷ ଦଳ ଉପରେ ଭାରି ପଡ଼ିପାରେ ବୋଲି ଲୋକଙ୍କର ଉପରେ ଭରସା ଥିଲା । ମାହି ପଅଥିବୀର ଏକମାତ୍ର ଅଧିନାୟକ ଭାବରେ ଭାରତକୁ ଆଇସିସିର ସମସ୍ତ ଟ୍ରଫି(୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୩ ଚମ୍ପିଆନ୍ସ ଟ୍ରଫି) ବିଜୟୀ କରାଇବାରେ ସଫଳ ହୋଇଛନ୍ତି । ଏହାବ୍ୟତୀତ ଆଇପିଏଲରେ ମଧ୍ୟ ୫ ଥର ଚମ୍ପିଆନ୍ ହୋଇଛି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ।

Get real time updates directly on you device, subscribe now.