fbpx

୫ ବର୍ଷ ମଧ୍ୟରେ ସବୁଠାରୁ କମିଲା ଅଦାନୀଙ୍କ ରୁଣ, ଏବେ ଏହି ରାଜ୍ୟରେ କରିବେ ମୋଟା ଅଙ୍କର ନିବେଶ

ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ କିଛି ଦିନ ହେଲାଣି ନିଜ ଋଣକୁ କମ କରିଦେଇଛି । ଋଣ ପରିଶୋଧ ବୃଦ୍ଧି ହେତୁ ଅଦାନୀ ଗ୍ରୁପର ଆର୍ଥିକବସ୍ଥାରେ ଉନ୍ନତି ଘଟିଛି ଏବଂ ପାଞ୍ଚ ବର୍ଷ ମଧ୍ୟରେ ଗ୍ରୁପର ଋଣ ସ୍ତର ସର୍ବନିମ୍ନ ସ୍ତରରେ ପହଁଚିଛି । ଏହାରି ମଧ୍ୟରେ ଅଦାନ ଗ୍ରୁପ ମଧ୍ୟପ୍ରଦେଶ ରାଜ୍ୟରେ ମୋଟା ଅଙ୍କରେ ନିବେଶ କରିବାକୁ ଘୋଷଣା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କ୍ରେଡିଟ ପ୍ରୋଫାଇଲ ମୁତାବକ ଅଦାନୀ ଗ୍ରୁପର ଆର୍ଥିକ ସ୍ଥିତି ଗତ ପାଞ୍ଚ ବର୍ଷରେ ସବୁଠାରୁ ଉତ୍ତମ ରହିଛି । ଆଗାମୀ ଦିନ ପାଇଁ ରିଫାନାନ୍ସ ସମ୍ବନ୍ଧରେ ଗ୍ରୁପ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ରିପୋର୍ଟରେ ଇନଭେଷ୍ଟର ପ୍ରେଜେଣ୍ଟେସନ ପକ୍ଷରୁ କୁହାଯାଇଥିଲା ଯେ, ୩୧ ଡିସେମ୍ବରରେ ସମାପ୍ତ ହୋଇଥିବା ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଗ୍ରୁପର EBITDA  ୬୦ ପ୍ରତିଶତ ବୃଦ୍ଧି ଘଟି ୧୯,୪୭୫ କୋଟି ଟଙ୍କାରେ ପହଁଚିଛି ।

ରିପୋର୍ଟରେ କୁହାଯାଇଛି ଯେ, ଅଦାନୀ ଗ୍ରୁପର ନେଟ ଡେଟ ଅର୍ଥାତ ସୁଧ ଋଣ ଗତ ଛଅ ମାସରେ ୩.୫ ପ୍ରତିଶତ କମିଛି । ବର୍ତ୍ତମାନ ଅଦାନୀ ଗ୍ରୁପର ନେଟ ଡେଟର ମୂଲ୍ୟ ୧,୭୮,୩୫୦ କୋଟି ଟଙ୍କା ରହିଛି । ଏହା ଗତ ୫ ବର୍ଷ ମଧ୍ୟରେ ସବୁଠାରୁ କମ ରହିଛି ।

ଏହି ସମୟରେ ଅଦାନୀ ଗ୍ରୁପ ମଧ୍ୟ ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବା ପାଇଁ ଘୋଷଣା କରିଛି । ଅଦାନୀ ଗ୍ରୁପ ଏହି ଘୋଷଣା ଶୁକ୍ରବାର ଦିନ ଉଜୈନୀରେ ରିଜୋନାଲ ଇଣ୍ଡଷ୍ଟ୍ରୀ କନକ୍ଲେଭ ସମୟରେ କରିଛନ୍ତି । ଗ୍ରୁପ କହିଛି ଯେ, ତାଙ୍କର ଏହି ନିବେଶ ବିଭିନ୍ନ ବିଭାଗରେ ହେବ ଏବଂ ଏହି ନିବେଶରେ ରାଜ୍ୟରେ ରୋଜଗାରର ୧୫ ହଜାର ଅଧିକ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ସୁଯୋଗ ସୃଷ୍ଟି ହେବ ।

ଅଦାନୀ ସମୂହର ଫ୍ଲାଗସିପ କମ୍ପାନୀ ଅଦାନୀ ଏଣ୍ଟରପ୍ରାଇଜେଜର ଡାଇରେକ୍ଟର ପ୍ରଣବ ଅଦାନୀ ଏହି ଅବସରରେ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ତାଙ୍କ ଗ୍ରୁପର ଗ୍ରୋଥର ସମ୍ଭାବନାମାନ ଦେଖାଯାଇଛି । ତାଙ୍କ କହିବାନୁଯାୟୀ, ଏପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ୧୮ ହଜାର କୋଟି ଟଙ୍କା ନିବେଶ କରାଯାଇଛି, ଯେଉଁଥିରେ ରୋଜଗାରର ୧୧ ହଜାରରୁ ଅଧିକ ସୁଯୋଗ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.