fbpx
BJD SKY
BJD SKY

ଯେଉଁମାନଙ୍କୁ ଟିକେଟ ମିଳିବନି ସେମାନେ ବିଜେପିକୁ ଯାଉଛନ୍ତି: ବିଜେଡି

BJD

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ ଏଣୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି କରିଛନ୍ତି । ସେହିପରି ଅନେକ ନେତା ଦଳୀୟ ଟିକେଟ ପାଇବା ପାଇଁ ବିଭିନ୍ନ ଦଳ ବଦଳ କରୁଛନ୍ତି । ତେବେ ନିକଟରେ ବିଜେଡିର କିଛି ପୁରୁଖା ଓ ଦଳରୁ ବିଦା ହୋଇଥିବା ନେତା ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଆଗକୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସରକାର ଗଠନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏହାକୁ ନେଇ ଆଜି ବିଜେଡି ଏକ ସାମ୍ବାଦିକ ସମ୍ମୀଳନୀ କରିଛି । ଏଥିରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ସମ୍ବିତ କହିଛନ୍ତି ଯେ, ଯେଉଁମାନଙ୍କୁ ବିଜେଡି ଜନବିରୋଧୀ କାର୍ଯ୍ୟପାଇଁ ବିଦା କରିଛି, ଯେଉଁ ନେତାଙ୍କୁ ଆଉ ଟିକେଟ ମିଳିବନି ଓ ଯାହାର ଦଳରେ ଆଉ ଭବିଷ୍ୟତ ନାହିଁ ସେମାନଙ୍କୁ ଦଳକୁ ନେଉଛି ବିଜେପି। କାରଣ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନମଣ୍ଡଳୀରେ ଟିକେଟ ଦେବାକୁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ଏଣୁ ସେମାନଙ୍କୁ ଓଡ଼ିଶା ବିଜେପି ନେଇ ଟିକେଟ ଦେବାକୁ ମନସ୍ଥ କରିଛି । ଆଜି ବିଜେପି ଯାଉଥିବା ନେତାମାନଙ୍କ ଯଦି ବିଜେଡି ଟିକେଟ ଦେବାକୁ କହିବ ତେବେ ସେମାନେ ପୁଣି କାଲି ଦଳ ବଦଳାଇଦେବେ। ଅପରପକ୍ଷେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚା ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ସସ୍ମିତ।

ସେ କହିଛନ୍ତି ଯେ, ରାଜ୍ୟରେ ବିଜେପି କରୁଛି ମେଣ୍ଟ ଗୁଜବ । ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା। ତେବେ ଆଗକୁ କୌଣସି ମେଣ୍ଟ ହେବ ନାହିଁ ବୋଲି ସସ୍ମିତ ସ୍ପଷ୍ଟ କରିଛନ୍ତି।

 

Get real time updates directly on you device, subscribe now.