fbpx

ଛୁଟି ଦେଲେ ନାହିଁ boss, ଯାଆଁଳା ଭଉଣୀକୁ ପଠାଇଲେ ଅଫିସ୍‌, ଆଉ ତା’ ପରେ…

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି । ସେ ଦେଶ ହେଉ କିମ୍ବା ବିଦେଶ । ଭ୍ରମଣ କରିବା ଦ୍ୱାରା monotony କାର୍ଯ୍ୟରୁ ଟିକିଏ ବ୍ରେକ୍ ମିଳିଥାଏ । ଏହା ସହ ମନ ଫୁର୍ତ୍ତି ମଧ୍ୟ ରହିଥାଏ । ଏଥିପାଇଁ ବେଳେ ବେଳେ ଅଫିସରୁ ଛୁଟି ମିଳିବା ସମ୍ଭବ ହୋଇନଥାଏ । ଏଭଳି କ୍ଷେତ୍ରରେ ଲୋକମାନେ ମିଛର ସାହାରା ନେଇଥାନ୍ତି । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ କର୍ମଚାରୀ ଛଟି ନ ମିଳିବାରୁ ଏପରି କିଛି କାରନାମା କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

କାନାଡାର ଟିକଟକ୍ ଫେମ୍ ଯାଆଁଳା ଭଉଣୀ ‘ଏରି ଚେନ୍ସ’ ଏବଂ ‘ନୋଏ ଚେନ୍ସ’ । ସୋସିଆଲ ମିଡିଆ ଇନଫ୍ଲୁଲନସର ଭାବେ ବେଶ ଜଣାଶୁଣା । ଏରି ଚେନ୍ସ ପୂର୍ବଯୋଜନା ଅନୁଯାୟୀ ଚାକିରି କରୁଥିବା କମ୍ପାନୀରେ ‘ଭ୍ୟାକେସନ ଲିଭ୍‌’ ପାଇଁ ଆବେଦନ କରିଥିଲେ । କମ୍ପାନୀର ମାଲିକ କିନ୍ତୁ ତାଙ୍କ ଛୁଟି ବାତିଲ କରିଥିଲେ । ଏଥିରେ କିନ୍ତୁ ସେ ହାର ମାନି ନଥିଲେ । ସେ ଟ୍ରିପ୍ ବାତିଲ କରିବା ପରିବର୍ତ୍ତେ ଯାଆଁଳା ଭଉଣୀ ନୋଏ ଚେନ୍ସଙ୍କୁ ତାଙ୍କ ସ୍ଥାନରେ ଅଫିସ ପଠାଇଥିଲେ । ଯୋଜନା ଅନୁଯାୟୀ କିଛି ଦିନ ଭଲରେ ବିତିଥିଲା । ଦିନେ କମ୍ପାନୀର ମ୍ୟାନେଜର ନୋଏଙ୍କ ଟିକଟକ୍ ଭିଡଓ ଦେଖିଥିଲେ ଯାହା ସେମାନଙ୍କ ସମସ୍ତ ଯୋଜନା ଉପରୁ ପରଦା ଉଠାଇଥିଲା । ପରବର୍ତ୍ତୀ ସମୟରେ ମ୍ୟାନେଜର ଜଣଙ୍କ ଏରିଙ୍କୁ ସ୍ପଷ୍ଟିକରଣ ମାଗିଥିଲେ । ଏହି ଦୁଇ ଭଉଣୀଙ୍କର @chance_twins ନାମକ ଏକ ଟିକଟକ୍ ଆକାଉଣ୍ଟ ଅଛି ଯାହାର ପାଖାପାଖି ୮ ଲକ୍ଷ ଫଲୋଅର୍ସ ଅଛନ୍ତି । ଏହି ଆକାଉଣ୍ଟରେ ସେମାନେ ମାଲିକ ଦ୍ୱାରା ପଠାଯାଇଥିବା ଏକ ଅସନ୍ତୁଷ୍ଟ ଭରା ଇମେଲ ଶେୟାର କରିଥିଲେ ଯେଉଁଥିରେ ଲେଖାଥିଲା, ‘ନିଜେ ଛୁଟିକୁ ଯାଇ ଭଉଣୀଙ୍କୁ ଅଫିସ ପଠାଇବା ଭଳି କାର୍ଯ୍ୟ ଚକିତ କରିଛି ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ । ଆପଣଙ୍କ କାର୍ଯ୍ୟକଳାପ ଅଫିସର ଛବିକୁ ନଷ୍ଟ କରୁଛଇ । ଅଫିସ ପହଞ୍ଚି ଶୀଘ୍ର ସ୍ୱଷ୍ଟିକରଣ ଦିଅନ୍ତୁ ।’ ଏହି ପୋଷ୍ଟକୁ ନେଇ ଆନେକ ୟୁଜର କମେଣ୍ଟ ମଧ୍ୟ କରିଥିଲେ ।

Get real time updates directly on you device, subscribe now.