ପ୍ରେମିକାକୁ ବୁଲେଇ ନେବା ପାଇଁ ପ୍ରେମିକ ସାଜିଲା ଭିକାରୀ, ଭାଇରାଲ ହେଉଛି ଫଟୋ
ଆଜିକାଲିର GFମାନେ BFମାନଙ୍କର ବୋହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି।
ଓଡ଼ିଶାଭାସ୍କର: ଆଜିର ସମୟରେ ଆପଣ କେବେ ବି ଯେଉଁ ଘଟଣାକୁ କଳ୍ପନା ମଧ୍ୟ କରିନଥିବେ ସୋସିଆଲ ମିଡିଆରେ ସେହିସବୁ ଘଟଣା ଦେଖିବାକୁ ପାଉଥିବେ। ଏବେ ଠିକ୍ ସେହିପରି ଏକ ପୋଷ୍ଟ ଭାଇରାଲ ହେଉଛି।
ସେହି ପୋଷ୍ଟରେ ତିନୋଟି ଫଟୋ ଅଛି ଏବଂ ସେହି ଫଟୋଗୁଡ଼ିକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବୋଧହୁଏ ଆଗରୁ କେହି କେବେ ଏପରି ଫଟୋ ଦେଖିନଥିବେ। ତେବେ ଆସନ୍ତୁ ଜାଣିବା ଭାଇରାଲ ଫଟୋରେ କ’ଣ ରହିଛି।
ଭାଇରାଲ ଫଟୋରେ କ’ଣ ଦେଖାଯାଉଛି: ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋଗୁଡ଼ିକରେ ଦେଖାଯାଉଛି ଯେ କେହି ଜଣେ ରାସ୍ତାରେ କିଛି ପୋଷ୍ଟର ମାରିଛି। ଆଉ ସେହି ପୋଷ୍ଟରରେ ଅନଲାଇନ୍ ପେମେଣ୍ଟ ପାଇଁ ଏକ QR କୋଡ୍ ଅଛି।
ଆଉ ସେହି ପୋଷ୍ଟର ଉପରେ ଲେଖାଯାଇଛି ମୁଁ ମୋ ପ୍ରେମିକା ସହିତ ବୁଲିବାକୁ ଯିବାକୁ ଚାହୁଁଛି’ ହେଲେ ମୋ ପାଖରେ ସେତେ ଟଙ୍କା ନାହିଁ। ତେଣୁ ଏଥିରେ ମତେ ସାହାଯ୍ୟ କରନ୍ତୁ ବୋଲି ଲେଖାଯାଇଛି।
ଆଉ ଏହାକୁ ଦେଖିବା ପରେ ଜଣେ ବ୍ୟକ୍ତି QR କୋଡ୍ ସ୍କାନ କରିଛନ୍ତି। ଆଉ ସ୍କାନ ବେଳେ ସେ ଜାଣିବାକୁ ପାଇଛନ୍ତି ଯେ, ପ୍ରେମିକଙ୍କ ନାମ ରାହୁଲ ପ୍ରଜାପତି।
ଏହାର ଅର୍ଥ ହେଉଛି ରାହୁଲ ନାମକ କେହି ଜଣେ ରାସ୍ତାରେ ଏହି ପୋଷ୍ଟର ଲଗାଇଛନ୍ତି। ଏହାର ଫଟୋ ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
मर्द अपनी “पसंदीदा औरत” के लिए
बिना शर्माए “भीख” भी मांग लेता है ❤🤭 pic.twitter.com/TSq2Jc67C7
— Rebellious 2.0 (@RebelliousPari8) August 7, 2025
ଭାଇରାଲ୍ ଫଟୋ: ଆପଣ ଯେଉଁ ଫଟୋଗୁଡ଼ିକ ଦେଖୁଛନ୍ତି ସେହି ଫଟୋ ପୋଷ୍ଟ କରିବା ସମୟରେ କ୍ୟାପସନରେ ଲେଖାଥିଲା, ‘ଜଣେ ପ୍ରେମିକ ତା’ର ପ୍ରେମିକା ପାଇଁ ବିନା ଲଜ୍ଜାରେ ଭିକ ମଧ୍ୟ ମାଗିପାରେ।
ଏହି ଖବର ଲେଖା ହେବା ପର୍ଯ୍ୟନ୍ତ, ପୋଷ୍ଟଟି ଅନେକ ଲୋକ ଦେଖିସାରିଛନ୍ତି। ଫଟୋ ଦେଖିବା ପରେ, ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି – ଆଜିକାଲିର GFମାନେ BFମାନଙ୍କର ବୋହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି।
ଆଉ ଜଣେ ୟୁଜର ଲେଖିଛନ୍ତି – GF ଏକ ବାହାନା, ତା ପାଖରେ ମଦ ପିଇବା ପାଇଁ ଟଙ୍କା ନାହିଁ ସେଥିପାଇଁ ଏପରି ବାହାନା କରିଛି।