fbpx

Video: ସାଇକେଲରୁ ତଳେ ନପଡ଼ିବା ପାଇଁ ଭାଇ କଲା କିଛି ଏପରି; ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ

ଭାଇ ନିଜ ଭଉଣୀକୁ ଏତେ ଅଧିକ ଭଲପାଏ ଯେ ତା ପାଇଁ କିଛି ବି କରିପାରେ । ଭଉଣୀ ପାଇଁ ଭାଇ ନିଜ ଜୀବନ ଦେବାକୁ ପଛାଇ ନଥାଏ । ଭାଇ ନିଜ ଭଉଣୀକୁ ଝିଅ ଭଳି ଭଲ ପାଇଥାଏ । ଅଳ୍ପ ବହୁତ ଝଗଡ଼ା ହୋଇଥାଏ ସତ, କିନ୍ତୁ ଭାଇ ଭଉଣୀଙ୍କର ଝଗଡ଼ା କେବେ ତାଙ୍କ ଭଲ ପାଇବା ଉପରେ ପ୍ରଭାବ ପକାଇ ନଥାଏ ।
ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ବନ୍ଧନ ହେଉଛି ପ୍ରେମର ଶୁଦ୍ଧ ରୂପ ଏବଂ ଏହି କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ବଡ ଭାଇର ସାନ ଭଉଣୀକୁ ସାଇକେଲରେ ସୁରକ୍ଷିତ ଭାବରେ ବସିବାର ଏକ ଭିଡିଓ ଅନଲାଇନରେ ଭାଇରାଲ ହେଉଛି । ନିଜ ଭଉଣୀ ପ୍ରତି ଥିବା ପ୍ରେମ ଏବଂ ସୁରକ୍ଷା ପାଇଁ କରୁଥିବା ବ୍ୟବସ୍ଥାକୁ ସ୍ପଷ୍ଟ ଦେଖାଯାଇଛି ଏହି ଭିଡିଓରେ । ଏହି ଭିଡିଓ ଦେଖିଲେ ଆପଣଙ୍କ ହୃଦୟ ନିଶ୍ଚିତ ତରଳି ଯିବ ।

ଏହି ଭାଇରାଲ ଭିଡିଓ ଟ୍ୱିଟରରେ ସେୟାର କରାଯାଇଥିଲା । ୨୨ ସେକେଣ୍ଡର ଏହି ଭିଡିଓରେ ଜଣେ ପୁଅ ନିଜ ସାନ ଭଉଣୀ ସହିତ ସାଇକେଲରେ ଯାଉଥିବାର ଦେଖିବାକୁ ମିଳିଥିଲା । ନିଜ ଭଉଣୀର ଗୋଡକୁ ସାଇକେଲରେ ବାନ୍ଧିବା ପାଇଁ ସେ ଏକ କପଡା ବ୍ୟବହାର କରିଥିଲା । ଭଉଣୀ ସାଇକେଲରୁ ଖସି ନଯିବା ପାଇଁ ଭାଇଟି ଏପରି କରିଥିଲା । ଏହା ପରେ ପିଲାଟି ନିଜ ସାନ ଭଉଣୀ ସହିତ ଯାଇଥିଲା ।

ସୋସିଆଲ ମିଡିଆରେ ସେୟାର ହେବା ପରଠାରୁ ଏହି ଭିଡିଓ ୧୪,୦୦୦ ଥର ଦେଖାଯାଇଛି । ଟ୍ୱିଟର ବ୍ୟବହାରକାରୀମାନେ ଭାଇ ଏବଂ ଭଉଣୀଙ୍କର ଏପରି ଭଲପାଇବା ଦେଖି ତାଙ୍କର ହୃଦୟ ତରଳି ଯାଇଛି । ସେମାନଙ୍କର ଏହି ଭଲପାଇବାକୁ ଖୁବ ସୁନ୍ଦର ବୋଲି ୟୁଜର୍ସମାନେ କହିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଏହି ଭିଡିଓଟି କେତେ ସୁନ୍ଦର । ଅନ୍ୟ ଜଣେ ଉପଭୋକ୍ତା କମେଣ୍ଟ ଦେଇଛନ୍ତି ଭାଇଭଉଣୀଙ୍କ ନିଷ୍ପାପ ଭଲ ପାଇବା ।

Get real time updates directly on you device, subscribe now.