fbpx

୨୯ରୁ ପୁଣି ଭିଜିବ ରାଜଧାନୀ : ସୂଚନା ଦେଇଛନ୍ତି ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ୨ ଦିନ ପାଘ ଶୁଖିଲା ରହିବା ବେଳେ ୨୯ରୁ ପୁଣି ବର୍ଷା ଆରମ୍ଭ ହେବ । ସେପ୍ଟେମ୍ଭର ୩୦ରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୯ ତାରିଖରେ ଆଣ୍ଡାମାନ ଏବଂ ତାହାର ଆଖ ପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍‌ଟି ହେବ । ଏନେଇ ସେପ୍ଟେମ୍ଭର ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ମୟୁରଭଞ୍ଜ, କୋରାପୁଟ, ମାଲକାନଗିରି ଓ ବାଲେଶ୍ୱରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ୭୦ମିମି ରୁ ୧୧୦ ମିମି ବର୍ଷା ହେବାର ଆଶଙ୍କା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧ ଓ ୨ ତାରିଖ ବେଳକୁ ବଘ୍ରଅର ବିସୃତି ବୃଦ୍ଧି ପାଇବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଆକଳନ କରି ସୂଚନା ଜାରି କରିଛନ୍ତି । ଏହି ବର୍ଷା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ।

Get real time updates directly on you device, subscribe now.