fbpx

ଟି-୨୦ ବିଶ୍ୱକପରୁ ଓହରିବେ ଅଧିନାୟକ! ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଘରକୁ ଫେରୁଛନ୍ତି କ୍ୟାପଟେନ୍

Advertisement

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଟି-୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଯିବ । ଏଥିପାଇଁ ବିଭିନ୍ନ ଦଳ ପ୍ରସ୍ତୁତି କରି ସ।।ରିଥିବା ବେଳେ ଏବେ ବିଶ୍ୱକପ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । କିନ୍ତୁ ଏହାପୂର୍ବରୁ ଅଚାନକ ଟୁର୍ଣ୍ଣାମଣ୍ଟ ଛାଡ଼ି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ଦଳର ଅଧିନାୟକ । ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି କ୍ରିକେଟ ବୋର୍ଡ । ତୃତୀୟ ଥର ପିତା ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋସ ବଟଲର ପାକିସ୍ତାନ ବିପକ୍ଷ ସିରିଜ ଛାଡ଼ି ଘରକୁ ଫେରୁଛନ୍ତି । ତେବେ ବର୍ତ୍ତମାନ ବିଶ୍ୱକପରେ ତାଙ୍କ ସାମିଲ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲଣ୍ଡ କ୍ରିକେଟ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ଜୋସ ବଟଲର ପାକିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରୁ ଓହରି ଯାଇଛନ୍ତି । ପତ୍ନୀ ଲୁଇସ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ଇଂଲର୍ଡ ବୋର୍ଡ ପକ୍ଷରୁ ଏହି ପୋଷ୍ଟରେ ଜୋସ, ଲୁଇସ ଏବଂ ପରିବାରକୁ ଶୁଭକାମନା ଜଣାଯାଇଛି । ପାକିସ୍ତାନ ବିପକ୍ଷ ସିରିଜର ଶେଷ ମ୍ୟାଚରେ ବଟଲରଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ଉପ-ଅଧିନାୟକ ମୋଇନ୍ ଅଲୀ । ତେବେ ଟି-୨୦ ବିଶ୍ୱକପରେ ମଧ୍ୟ ବଟଲରଙ୍କୁ ଦଳର ନେତୃତ୍ୱ ମିଳିଥିବା ବେଳେ ବର୍ତ୍ତମାନ ତାଙ୍କ ଉପସ୍ଥିତିକୁ ନେଇ ଆଶଙ୍କା ଦେଖାଦେଇଛି । ତେବେ ମେ’ ୩୧ ତାରିଖ ସୁଦ୍ଧା ଦଳ ସହ ସେ ୱେଷ୍ଟଇଣ୍ଡିଜ ଯାତ୍ରା କରିବା ନେଇ ଆଶା କରାଯାଉଛି ।

ପାକିସ୍ତାନ ବିପକ୍ଷ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲଣ୍ଡ । ତେବେ ତୃତୀୟ ମ୍ୟାଚରେ ଜୋସ ବଟଲର ଦଳରେ ଅନୁପସ୍ଥିତ ରହୁଥିବାରୁ ତାଙ୍କ ସ୍ଥାନରେ ମୋଇନ୍ ଅଲୀ ଦଳର ଅଧିନାୟକ ପଦ ସମ୍ଭାଳିବେ । ଏହାବ୍ୟତୀତ ବଟଲରଙ୍କ ସ୍ଥାନରେ ଦଳରେ ବେନ୍ ଡକେଟଙ୍କୁ ଦଳରେ ସୁଯୋଗ ମିଳିଛି । ତେବେ ଆଗାମୀ ବିଶ୍ୱକପରେ ବଟଲରଙ୍କୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ରହିଛି ଇଂଲଣ୍ଡ ବୋର୍ଡ । ୨୦୨୨ ଟି-୨୦ ବିଶ୍ୱକପରେ ବଟଲରଙ୍କ ନେତୃତ୍ୱରେ ହିଁ ଇଂଲଣ୍ଡ ଚମ୍ପିଆନ୍ ହୋଇଥିଲା ।

Get real time updates directly on you device, subscribe now.