IND vs BAN: ହଠାତ୍ ବାଂଲାଦେଶ ଟିମ୍ ରୁ ବାହାରିଗଲେ ଅଧିନାୟକଙ୍କ ସହ ୪ ବ୍ୟାଟ୍ସମ୍ୟାନ୍, ଏବେ ଭାରତ ସହ କିପରି କରିବେ ମୁକାବିଲା!

କାହିଁକି ଦଳରୁ ବାହାରିଗଲେ ଅଧିନାୟକ?

ଓଡିଶାଭାସ୍କର: ଭାରତ ଏବଂ ବାଂଲାଦେଶ ୨୦୨୫ ଟି-୨୦ ଏସିଆ କପ୍ ଖେଳୁଛନ୍ତି। ହେଲେ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କି ବାଂଲାଦେଶର ନିୟମିତ ଅଧିନାୟକ ଲିଟନ୍ ଦାସ୍ ଟସ୍ ପାଇଁ ପଡିଆକୁ ଆସିନଥିଲେ।

କୁହାଯାଉଛି ସେ ଆଘାତ ଯୋଗୁଁ ଭାରତ ବିପକ୍ଷରେ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି। ତାଙ୍କ ବଦଳରେ ଜାକେର ଅଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଜାକେର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ଅଭ୍ୟାସ ସମୟରେ ଲିଟନ୍ ଦାସ ଆହତ: “ଲିଟନ୍ ଦାସ ଅଭ୍ୟାସ ସମୟରେ ଆହତ ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରୁ ବାଦ୍ ପଡିଲେ,”।

ଟସ୍ ସମୟରେ ଜାହିର ଅଲି କହିଥିଲେ। “ମୁଁ ଏହି ମ୍ୟାଚ୍ କୁ ଉତ୍ସାହର ସହିତ ଅପେକ୍ଷା କରିଛି। ଆମେ ଏକ ଦଳ ଭାବରେ ବହୁତ ଭଲ କରୁଛୁ ଏବଂ ଆମର ସର୍ବୋତ୍ତମ ଚେଷ୍ଟା କରିବୁ। ପିଚ୍ ବ୍ୟାଟିଂ ପାଇଁ ଭଲ ଦେଖାଯାଉଛି, ଏବଂ ଆମେ ଚାରୋଟି ପରିବର୍ତ୍ତନ କରିଛୁ।”

ବାଂଲାଦେଶ ପକ୍ଷରୁ ଲିଟନ୍ ସର୍ବାଧିକ ସ୍କୋର କରିଥିଲେ: ଲିଟନ୍ ଦାସ କିଛି ସମୟ ଧରି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରି ଆସୁଥିଲେ। ତାଙ୍କର ଆଘାତଜନିତ ଅନୁପସ୍ଥିତି ଦଳକୁ ନିଶ୍ଚିତ ଭାବରେ ଏକ ଶକ୍ତ ଝଟକା ଦେଇଛି।

ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ବାଂଲାଦେଶର ସର୍ବାଧିକ ରନ ସ୍କୋରର। ସେ ୧୧୪ଟି ଟି-୨୦ ମ୍ୟାଚ୍ ରେ ୨୫୫୬ ରନ୍ କରିଛନ୍ତି, ଯେଉଁଥିରେ ୧୫ଟି ଅର୍ଦ୍ଧଶତକ ରହିଛି।

ଭାରତୀୟ ପ୍ଲେଇଂ ୧୧ରେ ପରିବର୍ତ୍ତନ ହୋଇନାହିଁ: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛୁ ଯାହାପାଇଁ ଆମେ ଖୁସି। ଆମେ ଯାହା କରୁଛୁ ତାହା ଉପରେ ଧ୍ୟାନ ଦେବୁ। ତା’ପରେ ଫଳାଫଳ ଆସିବ। କ୍ୟାଚ୍ ଛାଡିବା ଦଳର ଖେଳର ଅଂଶ। ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ନାହିଁ।”

ଉଭୟ ଦଳର ପ୍ଲେଇଂ ୧୧:

ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟକିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ।

ବାଂଲାଦେଶ: ସୈଫ୍ ହାସନ୍, ତାନଜିଦ ହାସନ ତାମିମ, ପରଭେଜ ହୁସେନ ଇମୋନ, ତୌହିଦ ହୃଦୟ, ଶାମିମ୍ ହୁସେନ, ଜାକେର ଅଲି (ୱିକେଟକିପର/ଅଧିନାୟକ), ମହମ୍ମଦ ସୈଫୁଦ୍ଦିନ୍, ରିଶାଦ ହୁସେନ, ତାନଜିମ୍ ହାସନ ସାକିବ୍, ନସୁମ ଅହମଦ, ମୁସ୍ତାଫିଜୁର ରହମାନ ।