fbpx

(Video) ସଂକଟରେ ‘ଶତକବୀର’ ଜଏସ୍ୱାଲ! ଶତକ ପରେ ମଇଦାନ ଛାଡ଼ି ଫେରିଗଲେ ଯଶସ୍ୱୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଦମଦାର ଶତକ ଅର୍ଜନ କରିଛନ୍ତି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ୧୨୨ ବଲରୁ ୯ଟି ଚୌକା ଏବଂ ୫ଟି ଛକା ସହ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର । ତେବେ ଶତକ ହାସଲ କରିବା କିଛି ସମୟ ପରେ ସେ ମଇଦାନ ଛାଡ଼ି ଫେରି ଯାଇଛନ୍ତି । ଆଘାତ ସମସ୍ୟା ଯୋଗୁଁ ଯଶସ୍ୱୀ ପଡ଼ିଆରୁ ଫେରିଯିବା ପରେ ଟିମ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି । ପିଠିରେ ଯନ୍ତ୍ରଣା ଯୋଗୁଁ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଛନ୍ତି ଯଶସ୍ୱୀ ଜଏସ୍ୱାଲ ।

ସୂଚନା ଅନୁସାରେ, ବ୍ୟାଟିଂ କରିବା ସମୟରେ ଯଶସ୍ୱୀଙ୍କ ପିଠିରେ ଯନ୍ତଣା ହେଉଥିଲା । ଏହାସହିତ ତାଙ୍କ ବାମ ପାଦରେ ମଧ୍ୟ କ୍ରାମ୍ପ ଆସିଥିବା ଜାଣିବାକୁ ମିଳିଛି । ଯାହା ଫଳରେ ଶତକ ହାସଲ କରିବା ପରେ ସେ ଅଧିକ ସମୟ ପଡ଼ିଆରେ ରହି ପାରି ନାହାନ୍ତି । ୧୨୨ ବଲରେ ଶତକ ହାସଲ କରିଥିବା ବେଳେ ରିଟାୟାର୍ଡ ହର୍ଟ ସୁଦ୍ଧା ୧୩୩ ବଳରୁ ୧୦୪ ରନ୍ କରି ସେ ପଡ଼ିଆରୁ ଫେରି ଆସିଛନ୍ତି । ଟିମ ଇଣ୍ଡିଆ ଇନିଂସର ୪୨ତମ ଓଭର ସମାପ୍ତି ପରେ ଜଏସ୍ୱାଲ ପଡ଼ିଆରେ ହିଁ ପଡ଼ି ଯାଇଥିଲେ । ପିଠି ଯନ୍ତ୍ରଣା ସାଙ୍ଗକୁ ପାଦରେ କ୍ରାମ୍ପ ସମସ୍ୟା ଜଏସ୍ୱାଲଙ୍କୁ ଅଧିକ ସମୟ ଖେଳିବା ପାଇଁ ଅନୁମତି ଦେଇ ନଥିଲା ।

ଏହାପରେ ଦଳର ଫିଜିଓ ଜଏସ୍ୱାଲଙ୍କ ଚିକିତ୍ସା କରିବା ପରେ ଜଏସ୍ୱାଲ କିଛିଟା ବଲ ଖେଳିଥିଲେ । କିନ୍ତୁ ଯନ୍ତ୍ରଣା ପୁଣିଥରେ ବୃଦ୍ଧି ପାଇବାରୁ ସେ ପଡ଼ିଆରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତାକାଲି ଯଶସ୍ୱୀ ସୁସ୍ଥ ହେଲେ ପୁଣିଥରେ ପଡ଼ିଆକୁ ଫେରି ପାରିବେ । ରିଟାୟାର୍ଡ ହର୍ଟ ହୋଇ ପଡ଼ିଆରୁ ପେରି ଯାଇଥିବାରୁ ତାଙ୍କୁ ପୁଣିଥରେ ଖେଳିବା ପାଇଁ ସୁଯୋଗ ରହିଛି । ତେବେ ଏହା ତାଙ୍କ ଆହତ ସମସ୍ୟା ଏବଂ ଏହାର ଗଭୀରତା ଉପରେ ନିର୍ଭର କରିବ ।

Get real time updates directly on you device, subscribe now.