ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ସୂଚନା । ‘ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ । ମକ୍ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ ହୋଇଛି । ବିଶେଷକରି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରୁଟି ସାମ୍ନାକୁ ଆସିଛି । ଭୋଟର ଭୋଟ ଦେବାକୁ ଲମ୍ବା ଲାଇନରେ ଅଛନ୍ତି ।’
ବିଚ୍ଛିନ୍ନାଞ୍ଚଳରେ ମତଦାନ ନେଇ ଖୁସି ପ୍ରକଟ କଲେ ସିଇଓ । ‘୨୦୧୯ରେ ୨୩ଟା ବୁଥ୍ ଲୋକେ BSF କ୍ୟାମ୍ପ୍ରେ ଭୋଟ ଦେଇଥିଲେ’ । ‘ମାତ୍ର ଏଥର ସେମାନେ ନିଜ ଗାଁରେ ଭୋଟ୍ ଦେଉଛନ୍ତି’ । ‘ଗତ ଥର ୧୦ଟି ବୁଥ୍ରେ କେହି ଭୋଟ ଦେଇ ନ ଥିଲେ’ । ମାତ୍ର ଏଥର ସେହି ୧୦ ବୁଥ୍ରେ ମତଦାନ ଚାଲିଥିବା ନେଇ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ସିଇଓ ।