fbpx

Video; ରଥ ଦକ୍ଷିଣ ମୋଡ଼ କରି ଆରପାରିକୁ ଚାଲିଗଲା ଲକ୍ଷ୍ମୀ, ରାସ୍ତାରୁ ଆଉ ଉଠି ପାରିଲା ନାହିଁ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରଥ ଦକ୍ଷିଣ ମୋଡ଼ କରିବା ପରେ ମରିଗଲା ଲକ୍ଷ୍ମୀ । ରାସ୍ତାରେ ପଡ଼ିଲା ଆଉ ଉଠି ପାରିଲା ନାହିଁ । କଷ୍ଟ ପାଇ କାଳିଆକୁ ଡାକି ଆରପାରିକୁ ଚାଲିଗଲା । ହାତୀ ରଥ ଟାଣିବାକୁ ନେଇ ରହିଛି ଅନେକ କାହାଣୀ । ଆଉ ସେମିତି ଏକ ସତ କାହାଣି ଏଇ ମାଟି ତଳେ ଦବି ହୋଇ ରହିଯାଇଛି । ସେହି ସତଟି ହେଉଛି ୨୨ ବର୍ଷ ତଳେ ହାତୀ ରଥ ଟାଣୁଥିଲେ । ମାଟି ତଳେ ହାତୀ ଟଣାକୁ ନେଇ ରହିଛି ପ୍ରକୃତ ସତ । ଗୁମୁରି ଗୁମୁରି କାନ୍ଦିୁଛି ଲକ୍ଷ୍ମୀ ହାତୀ ।

ଉତ୍ତର ପ୍ରଦେଶରୁ ଆସିଥିଲେ ୩ଟି ହାତୀ । ଦକ୍ଷୀଣ ମୋଡ଼ କରି ସାରିବା ପରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଯାହାର ନାଁ ଥିଲା ଲକ୍ଷ୍ମୀ । ଏହି ସ୍ଥାନରେ ହାତୀକୁ ପୋତି ଦେଇ ପ୍ରଶାସନ ଭୁଲି ଯାଇଛି । ଏବେ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଲକ୍ଷ୍ମୀ ହାତୀ ଯେଉଁ ସ୍ଥାନରେ ପୋତା ହୋଇଥିଲା । ୨୨ ବର୍ଷ ତଳର କଥା । ଜୁଲାଇ ୨୪, ୨୦୦୨ ମସିହାରେ ରଥକୁ ଦକ୍ଷିଣ ମୋଡ଼ କରିବା ପାଇଁ ଉତ୍ତର ପ୍ରଦେଶରୁ ୩ଟି ବିଶାଳ ହାତୀ ଆସିଥିଲେ ।

ସେତେବେଳେ ଲୋକଙ୍କ ସହ ହାତୀ ମିଶି ରଥକୁ ଦକ୍ଷିଣ ମୋଡ଼ କରୁଥିଲେ । ଗୋଟିଏ ପରେ ଗୋଟିଏ ରଥକୁ ୩ଟି ହାତୀ ଦକ୍ଷିଣ ମୋଡ଼ କରିଥିଲେ । ଆଉ ଦକ୍ଷିଣ ମୋଡ଼ ସରିବା ପରେ ହାତୀ ମାନଙ୍କୁ ପୁଣିଥରେ ଉତ୍ତରପ୍ରଦେଶକୁ ନେଇଯାଉଥିଲେ ମାହୁନ୍ତ ମାନେ । ହେଲେ ଜଗନାଥ ସଡ଼କ ଦେଇ ଫେରିବା ବାଟରେ ଚନ୍ଦନପୁର ନିକଟ ବୀରନରସିଂହପୁର ନିକଟ ବିରି ପଡ଼ିଆ ନିକଟରେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ରାସ୍ତାରେ ହାତୀର ଗୋଡ଼ରେ କାଚ ପସିଗଲା ।

ଫଳରେ ହାତୀର ପାଦରୁ ବୋହି ଚାଲିଥିଲା ଅନର୍ଗଳ ରକ୍ତ । ଗଦା ହୋଇଗଲେ ଅନେକ ଲୋକ । ହାତୀଟି ତଳେ ପଡ଼ି ଛଟପଟ ହେଉଥିଲା । ବାହାରୁ ଡାକ୍ତର ଆସିଲେ । କଲେକ୍ଟରଙ୍କ ଠାରୁ ଆରମ୍ଭ କରି ସମସ୍ତେ ଉପସ୍ଥିତ ରହିଲେ । କନ୍ତୁ ହାତୀ ଭଲ ହେଲା ନାହିଁ । ୧୦ ଦିନ ଚିକିତ୍ସା ହେବା ପରେ ହାତୀର ମୃତ୍ୟୁ ହେଲା । ଏହି ସମାଧିଟି ହେଉଛି ଲକ୍ଷ୍ମୀର ସମାଧି । ସେତେବେଳେ ମହେଶ୍ୱର ମହାନ୍ତି ବିଧାୟକ ଥାନ୍ତି ।

ଲକ୍ଷ୍ମୀ ହାତୀ ରଥ ଟଣାରେ ନିୟୋଜିତ ଥିବାରୁ ଲୋକଙ୍କ ମନରେ ଧର୍ମିୟ ଭାବନା ଯାଗ୍ରତ ହୋଇଥିଲା । ହାତୀକୁ ଉତ୍ତରପ୍ରଦେଶ ନନିଆଯାଇ ସେହି ସ୍ଥାନରେ ହିଁ ପୋତି ଦିଆଗଲା । ଲକ୍ଷ୍ମୀ ହାତୀକୁ ନେଇ ସମାଧୀ ତିଆରି ହେଲା । ମନ୍ଦିର ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ଏବେ ଜରାଜିର୍ଣ୍ଣ ହୋଇ ପଡ଼ି ରହିଛି । ଯାହାକୁ ନେଇ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.