fbpx

ଏହି ୯ଟି ବ୍ୟାଙ୍କରେ ମିଳୁଛି ସବୁଠାରୁ ଶସ୍ତା ଗୋଲ୍ଡ ଲୋନ, ଫଟାଫଟ ଚେକ୍ କରନ୍ତୁ ସୁଧ ଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସିରେ ଦୁଇ ବର୍ଷ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଗୋଲ୍ଡ ଲୋନ ୮.୫ ପ୍ରତିଶତର ସୁଧ ଦର ନିଆଯାଇପାରିବ । ଏହାର ମାସିକ ଇଏମଆଇ ୨୨ ହଜାର ୫୬୮ ଟଙ୍କା ପର୍ଯ୍ୟନ୍ତ ଆସିବ ।

ଇଣ୍ଡିଆନ ବ୍ୟାଙ୍କରେ ଯଦି ଦୁଇ ବର୍ଷ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଗୋଲ୍ଡ ଲୋନ ନିଏ ତେବେ ୮.୬୫ ପ୍ରତିଶତ ସୁଧ ଦର ମିଳିବ, ଏହାର ମାସିକ ଇଏମଆଇ ୨୨ ହଜାର ୬୧୦ ଟଙ୍କା ହେବ ।

ବ୍ୟାଙ୍କ ଅଫ ଇଣ୍ଡିଆ ୫ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ ୮.୮ ପ୍ରତିଶତର ସୁଧ ଦେଉଛି । ପ୍ରତି ମାସରେ ଇଏମଆଇ ୨୨ ହଜାର ୬୩୧ ଟଙ୍କା ଆସିବ ।

କାନାରା ବ୍ୟାଙ୍କ ୨ ବର୍ଷ ପାଇଁ ଗୋଲ୍ଡ ଲୋନରେ ୯.୨୫ ପ୍ରତିଶତ ସୁଧ ଅଫର କରୁଛି । ୫ ଲକ୍ଷ ଟଙ୍କାରଗୋଲ୍ଡ ଲୋନରେ ପ୍ରତି ମାସରେ ୨୨ ହଜାର ୭୨୫ ଟଙ୍କା ଦେବାକୁ ପଡିବ ।

ପଞ୍ଜାବ ନାସନାଲ ବ୍ୟାଙ୍କ ଦୁଇ ବର୍ଷ ପାଇଁ ୫ ଲକ୍ଷର ସୁନା ଋଣ ଉପରେ ୯.୨୫ ପ୍ରତିଶତ ସୁଧ ଅଫର କରୁଛି । ଏହାର ମାସିକ ଇଏମଆଇ ୨୨ ହଜାର ୭୨୫ ଟଙ୍କା ଆସିବ ।

ବ୍ୟାଙ୍କ ଅଫ ବରୋଦା ଦୁଇ ବର୍ଷରେ ୫ ଲକ୍ଷ ଟଙ୍କାର ଗୋଲ୍ଡ ଲୋନରେ ୯.୪ ପ୍ରତିଶତ ସୁଧ ନେଉଛି । ମାସିକ ଇଏମଆଇ ୨୨ ହଜାର ୭୫୬ ଟଙ୍କା ଆସିବ ।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୨ ବର୍ଷ ପାଇଁ ୫ ଲକ୍ଷ ଟଙ୍କାର ଗୋଲ୍ଡ ଲୋନରେ ସୁଧ ଦର ୯.୬ ପ୍ରତିଶତ ହେବ । ପ୍ରତି ମାସରେ ୨୨ ହଜାର ୭୯୮ ଟଙ୍କା ସୁଝିବାକୁ ପଡିବ ।

ଆଇସିଆଇସିଆଇ ବ୍ୟାଙ୍କ ଦୁଇ ବର୍ଷର ପାଇଁ ୫ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ ୧୦ ପ୍ରତିଶତ ସୁଧ ଅଫର କରୁଛି । ଏହାର ମାସିକ ଇଏମଆଇ ୨୨ ହଜାର ୮୮୨ ଟଙ୍କା ଆସିବ ।

ଆକ୍ସିସ ବ୍ୟାଙ୍କ ୨ ବର୍ଷ ପାଇଁ ୫ ଲକ୍ଷ ଗୋଲ୍ଡ ଲୋନରେ ୧୭ ପ୍ରତିଶତର ଦରରେ ସୁଧ ଅଫର କରୁଛି । ଏହି ହିସାବରେ ମାସିକ ଇଏମଆଇ ୨୪ ହଜାର ୩୭୬ ଟଙ୍କା ହେବ ।

Get real time updates directly on you device, subscribe now.