fbpx

ସାହାରା ରିଫଣ୍ଡ କ୍ଲେମ୍ ଆପଣଙ୍କର ରିଜେକ୍ଟ ହୋଇଯାଇଛି କି …..ଷ୍ଟାଟସ୍ ଚେକ୍ କିପରି କରିବେ?

ନୂଆଦିଲ୍ଲୀ: ସାହାରା ରିଫଣ୍ଡ ପାଇବା ପାଇଁ ଆବେଦନ କରିବା ପାଇଁ ଗତବର୍ଷ ଜୁଲାଇ ମାସ ୧୮ ତାରିଖରେ କେନ୍ଦ୍ର ସରକାର ଏକ ନୂଆ ପୋର୍ଟାଲ ଲଞ୍ଚ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ କେବଳ ୧୦ ହଜାର ଟଙ୍କାରୁ କମ୍ ରାଶି ଫେରସ୍ତ ପାଇଁ ପ୍ରୋସେସ କରାଯାଇଥିଲା । ସାହାରା କମ୍ପାନୀର ବନ୍ଦ ହୋଇସାରିଥିବା ୪ ସହକାରୀ ସମିତିର ନିବେଶକ ଓ ଜମାକାରୀଙ୍କୁ ୫ ହଜାର କୋଟି ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସହଯୋଗ ମନ୍ତ୍ରଣାଳୟକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି ।

ମନ୍ତ୍ରଣାଳୟର ପୋର୍ଟାଲ ମାଧ୍ୟମରେ ଲକ୍ଷ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ କେବଳ କିଛି ନିବେଶକଙ୍କୁ ଅର୍ଥ ଫେରସ୍ତ କରାଯାଇଥିଲା । ଏ କ୍ଷେତ୍ରରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା । ସମିତି ନିକଟରେ ଉପଲବ୍ଧ ରହିଥିବା ରେକର୍ଡ ସହିତ ଡିଟେଲ୍ସ ମ୍ୟାଚ ନ ହେବା କାରଣରୁ ଲୋକଙ୍କୁ ଅର୍ଥ ଫେରସ୍ତ କରାଯାଇନଥିଲା । ସାହାରା ନିବେଶକଙ୍କୁ ରିଫଣ୍ଡ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି । ନିବେଶକଙ୍କ କ୍ଲେମ ରିଜେକ୍ଟ କାହିଁକି ହେଉଛି ଓ ଆପଣମାନେ ନିଜର କ୍ଲେମର ଷ୍ଟାଟସକୁ କିପରି ଚେକ୍ କରିପାରିବେ ସେନେଇ ଜାଣିବା ନିହାତି ଜରୁରୀ ।

ସର୍ବପ୍ରଥମେ ଏହି https://mocrefund.crcs.gov.in/depositor/#/home ଲିଙ୍କକୁ ଯାଇ ଡିପୋଜିଟଟର ଲଗ୍ ଇନ୍ ଉପରେ କ୍ଲିକ୍ କରନ୍ତୁ । ଯଦି ସେଠାରେ ଆପଣଙ୍କର ଆକାଉଣ୍ଟ ନାହିଁ ତେବେ ପ୍ରଥମେ ଡିପୋଜିଟର ରେଜିଷ୍ଟ୍ରେସନରେ ଆକାଉଣ୍ଟ ଖୋଲନ୍ତୁ । ଲଗ୍ ଇନ୍ କରିବା ପରେ ଆଧାର କାର୍ଡର ଶେଷ ୪ ନମ୍ବର ଓ ମୋବାଇଲ ନମ୍ବର ଦିଅନ୍ତୁ । ତା’ପରେ କ୍ୟାପଚା ଭରି ଓଟିପି ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କର ଷ୍ଟାଟସ୍ ଆପଣଙ୍କ ସାମ୍ନାକୁ ଆସିଯିବ । ଯଦି ପେଣ୍ଡିଂ ଲେଖାଥାଏ ତେବେ ଜାଣିନିଅନ୍ତୁ ପ୍ରୋସେସ ଜାରି ରହିଛି, ଆପଣଙ୍କର ରିଫଣ୍ଡ ହୋଇପାରେ । ଯଦି ରିଜେକ୍ଟେଡ ଆସିବ ତେବେ ଜାଣିନିଅନ୍ତୁ ଆପଣଙ୍କର କ୍ଲେମ୍ କ୍ୟାନସଲ ହୋଇଯାଇଛି । କ୍ଲେମ୍ କାହିଁକି ରିଜେକ୍ଟ ହୋଇଛି ତାହା ଜାଣିବା ପାଇଁ ଏକ ପିଡିଏଫ ଆସିବ । ତାହାକୁ ଡାଉନଲୋଡ୍ କରି ଆପଣ ଏହା ପଛର କାରଣ ଜାଣିପାରିବେ ।

Get real time updates directly on you device, subscribe now.