ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ଆଗକୁ ଦେଢ ଲକ୍ଷ ଖାଲି ପଦବୀରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ତାଲିକାରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା ବେଳେ ୨୩୯ ରେଡିଓଗ୍ରାଫରଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୫୨ ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ନିଯୁକ୍ତି ମେଳାରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୁବଶୀଘ୍ର ଦେଢ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୬ ମାସ ଭିତରେ ପ୍ରାୟ ୨୦ ହଜାରରୁ ଅଧିକ ବେକାରୀଙ୍କୁ ଚାକିରି ମିଳିଛି । ତେବେ ଏହି ସମ୍ବୋଧନରେ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଗତ ସରକାରରେ ନିଯୁକ୍ତିକୁ ନେଇ ଦୁର୍ନୀତି ହୋଇଥିଲା । କିନ୍ତୁ ଦାୟିତ୍ୱ ନେବାର ୬ ମାସ ଭିତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି ଭାରତୀୟ ଜନତା ପାର୍ଟି ।