fbpx

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ଏହି ଜିନିଷରେ ମିଳିବ ଫାଇଦା

ନୂଆଦିଲ୍ଲୀ: ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏଣିକି କୃଷକମାନଙ୍କ ପାଇଦା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ଚାଷୀମାନଙ୍କ କଷ୍ଟ ଅର୍ଜିତ ଫସଲକୁ ଅଧିକ ଦାମରେ ବିକ୍ରି ହୋଇପାରିବ । କୃଷକଙ୍କ ବିକାଶ ଉନ୍ନତି ଏ ନେଇ ଏହି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୃଷକଙ୍କ ଏକ ବଡ଼ ଦାବିକୁ ପୂରଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୁଣିଥରେ ଆଖୁର ମୂଲ୍ୟ ବୃଦ୍ଧି କରିବା ନେଇ ସେ ଘୋଷଣା କରିଛନ୍ତି । ଗତ ୭ ବର୍ଷରେ ଆଖୁ ମୂଲ୍ୟରେ ମୋଟ ୫୫ ଟଙ୍କାର ବୃଦ୍ଧି ହୋଇଛି ।

ଉତ୍ତରପ୍ରଦେଶର ଆଖୁ ବିକାଶ ଏବଂ ଦୁଗ୍ଧ ମନ୍ତ୍ରୀ ଚୌଧୂରୀ ଲକ୍ଷ୍ମୀନାରାୟଣ କହିଛନ୍ତି ଯେ, ଆଖୁ ଉତ୍ପାଦନ ହାରରେ କ୍ରମାଗତ ବୃଦ୍ଧି ହେତୁ ମୂଲ୍ୟ ସଂଶୋଧନ ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଆଖୁ ଚାଷୀଙ୍କ ଠାରୁ ୩୬୦ ରୁ ୩୭୫ ଟଙ୍କା ମୂଲ୍ୟରେ ଆଖୁ କ୍ରୟ କରାଯିବ। ଉତ୍ତରପ୍ରଦେଶର ଆଖୁ ଚାଷୀମାନେ ଦୀର୍ଘ ଦିନ ଧରି ମୂଲ୍ୟ ବୃଦ୍ଧି କରିବାକୁ ଦାବି କରୁଥିଲେ। ଯହାକୁ ବର୍ତ୍ତମାନ ଯୋଗୀ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆଖୁ ମୂଲ୍ୟ ବୃଦ୍ଧିକୁ ନେଇ ପଶ୍ଚିମ ଉତ୍ତରପ୍ରଦେଶରେ କ୍ରମାଗତ ବିରୋଧ ଏବଂ ଆନ୍ଦୋଳନ ଜାରି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ୨୦୧୭ ରେ କ୍ଷମତାକୁ ଆସିବା ମାତ୍ରେ ଆଖୁ ଦର ୧୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏହା ପରେ, ୨୦୨୨ ରେ ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲେ। ବର୍ତ୍ତମାନ ପୁଣି ଥରେ ମୂଲ୍ୟ ସଂଶୋଧିତ ହୋଇ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି କରାଯାଇଛି।

ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଖୁ ମୂଲ୍ୟ ସ୍ଥିର ସୁପାରିଶ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉତ୍ପାଦନ ମୂଲ୍ୟ ବୃଦ୍ଧି କରିବା ପ୍ରସଙ୍ଗ ଉଠାଇଥିଲେ ଆଖୁ ଚାଷୀ। ତେବେ ବୈଠକରେ ଆଖୁ ଚାଷୀ ଏବଂ ଚିନି ମିଲ୍ ଆସୋସିଏସନ ପ୍ରତିନିଧିଙ୍କ ବୟାନକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବ ଶ୍ରୀ ମିଶ୍ର ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.