fbpx

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍‌

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍‌ । ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା ହୋଇଛି । ୨୦୧୯ ରେ ମଧୁପାଟଣା ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ଦଣ୍ଡ । ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଯଦି ଦେଖିବା ଏଇ କେଇଦିନ ଭିତରେ ଅପ୍ରାକୃତିକ ଯୌନ ଅପରାଧ ଅଧିକ ମାତ୍ରାରେ ବୃଦ୍ଧି ପାଇଛି ।

ସେହିପରି ଆଉ ଏକ ଘଟଣା ଗତବର୍ଷ ଡିସେମ୍ବର ୧୬ ତାରିଖରେ ଥୋରିଆ ସାହି ନିକଟ ଏ ପୋଖରୀ କୂଳରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ନାବାଳକର ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ବର୍ତ୍ତମାନ ଏହି ଘଟଣାର ପର୍ଦ୍ଦାଫାଶ କରିଥିଲା ପୋଲିସ । ଏକ ସମଲିଙ୍ଗି ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ନାବାଳକକୁ ହତ୍ୟା ହୋଇଥିବା ଜାଣିବାକୁ ମିଳିଥିଲା । ନାବାଳକଟି ଅପ୍ରାକୃତିକ ଯୌନ ସମ୍ପର୍କ ବିଷୟରେ ଘରେ କହିବାରୁ ପିଲାଟିକୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏସବୁ ଅପରାଧକ ପାଇଁ ଏବେ ସଜାଗ ହେଲାଣି ଓଡ଼ିଶା ପୋଲିସ।

Get real time updates directly on you device, subscribe now.