fbpx

ସୁପ୍ରିମକୋର୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କ ସବୁ ନୀତି ଠିକରେ ହୋଇଥିବାରୁ ସେବାୟତଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କୋଭିଡ଼ ସ୍ଥିତିରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି ।କୋଭିଡ଼ ସ୍ଥିତିରେ ନିଳାଦ୍ରୀ ବିଜେ ଯାଏଁ ସାବଧାନରେ ସବୁ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଜି ଅପରାହ୍ନରେ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଣାଣି ହୋଇଥିଲା । ସେହି ଖଣ୍ଡପୀଠରେ ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଥିଲେ । ବିନା ଭକ୍ତ ଓ କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.