fbpx

ଏ ରକ୍ତ ନା ପାଣି ! ନଦୀର ରଙ୍ଗ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, କାହିଁକି ଏହାର ରଙ୍ଗ ଏମିତି?

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ । ଏମିତି ଦୃଶ୍ୟ ଯାହା ଆମ ମାନଙ୍କର ଭାବନା ଠାରୁ ବି ବହୁତ ଆଗରେ ଥାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନଙ୍କୁ ଭୟ ସହ ଆଶ୍ଚର୍ଯ୍ୟ ବି ଲାଗିବ । ପାଣିର ରଙ୍ଗ ରକ୍ତ ପରି ଲାଲ । ଲୋକେ ଏହାକୁ ରକ୍ତର ନଦୀ ବୋଲି ମଧ୍ୟ କହୁଛନ୍ତି । ହେଲେ ବହି ଯାଉଥିବା ଏହି ତରଳ ପଦାର୍ଥ ପ୍ରକୃତରେ ରକ୍ତ ନା ପାଣି । ଯଦି ପାଣି ତେବେ ଏମିତି ରଙ୍ଗ କଣ ପାଇଁ? ଆଉ ଯଦି ରକ୍ତ ତେବେ ଏତେ ରକ୍ତ କେଉଁଠୁ ଆସୁଛି? ଏହି ନଦୀକୁ ଦେଖିଦେଲେ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେ ।

ପ୍ରକ୍ୃତି ନିଜ ଭିତରେ ଅନେକ ରହସ୍ୟ ଲୁଚାଇ ରଖିଛି । ପେରୁର ଲାଲ ରଙ୍ଗର ନଦୀକୁ ଦେଖିବା ପରେ ଏମିତି ଲାଗୁଛି ଯେମିତି ରକ୍ତର ନଦୀ ବହୁଛି । ନଦୀରେ ଲାଲ ରଙ୍ଗ ପାଣି ବହୁଥିବା ଭିଡିଓ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ନଦୀର ରକ୍ତ ଭଳି ଲାଲ ରଙ୍ଗର ପାଣି ବହୁଛି ବୋଲି । ବୋଧ ହୁଏ ଏହା ପୂର୍ବରୁ ଆପଣମାନେ ଏଭଳି ଲାଲ ରଙ୍ଗର ନଦୀ କେବେ ଦେଖି ନଥିବେ । ଏହି ରକ୍ତର ନଦୀଟି ପେରୁରେ ଅପସ୍ଥିତ । କିଛି ଲୋକ ଏହି ନଦୀର ପାଖକୁ ଆସିଲେ ଭୟ ମଧ୍ୟ କରନ୍ତି । ତେବେ ସାଧାରଣରେ ପାଣି ରଙ୍ଗ ବିହୀନ ହୋଇଥିଲେ ହେଁ ଏଠାରେ ପାଣିର ରଙ୍ଗ ଲାଲ ରହିଛି । ବିଭିନ୍ନ ସ୍ତରରେ ଥିବା ଖଣିଜ ପଦାର୍ଥ ପାଇଁ ପାଣିର ରଙ୍ଗ ଏମିତି ଲାଲ ହୋଇଛି । ଖାସ କରି ଆଇରନ ଅକ୍ସାଇଡର ଉପସ୍ଥିତି କାରଣରୁ ଏମିତି ଲାଲ ହୋଇଛି ପାଣିର ରଙ୍ଗ ।

ରକ୍ତ ଭଳି ପାଣି ବହୁଥିବା ଏହି ନଦୀକୁ ସ୍ଥାନୀୟ ଲୋକେ ପୁକାମାୟୁ ବୋଲି କହିଥାନ୍ତି । କ୍ୱେଶୁଆ ଭାଷାରେ ପୁକାର ଅର୍ଥ ଲାଲ ଏବଂ ମାୟୁର ଅର୍ଥ ନଦୀ । ତେବେ ଏହି ନଦୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେହି ସ୍ତାନକୁ ଛୁଟୁଛି ପର୍ଯ୍ୟଟକଙ୍କର ସୁଅ ।

Get real time updates directly on you device, subscribe now.