fbpx

Dengue D-2 Strain ସବୁଠାରୁ ଘାତକ: ଏହାଦ୍ୱାରା ଜ୍ୱର, ବ୍ଲିଡିଂ, ବେହୋସ୍, ରକ୍ତବାନ୍ତି, ନିମ୍ନ ରକ୍ତଚାପର ଆଶଙ୍କା ବଢ଼ିଥାଏ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡେଙ୍ଗୁ ଏକ ଭୟଙ୍କର ବୀମାରୀ ଭାବେ ଉଭା ହୋଇଛି । ଅଧିକାଂଶ ଲୋକ ଏହାକୁ ଏକ ସାଧାରଣ ରୋଗ ଭାବି ଅଣଦେଖା କରିଥାନ୍ତି । ତେଣୁ ଏହି ସାମାନ୍ୟ ଅବହେଳା ପରବର୍ତ୍ତୀ ସମୟରେ ଜୀବନହାନୀର କାରଣ ସାଜିଥାଏ । ନିକଟରେ ଦେଶର ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଡେଙ୍ଗୁ ସଂଖ୍ୟା ବଢ଼ିବାରେ ଲାଗିଛି ।

ସାଧାରଣ ଭାବେ ଅନେକ କ୍ଷେତ୍ରରେ ଡେଙ୍ଗୁ ଅଳ୍ପ ଦିନ ମଧ୍ୟରେ ଠିକ୍ ହୋଇଥାଏ । ସେହିପରି ଅନ୍ୟ କିଛି କ୍ଷେତ୍ରରେ ଏହା ଘାତକ ସାବ୍ୟସ୍ତ ହୋଇଥାଏ । ତେବେ ଡାକ୍ତରଙ୍କ ମତରେ, ଡେଙ୍ଗୁର ଚାରିଟି ଷ୍ଟ୍ରେନ ରହିଥାଏ । ସେଗୁଡ଼ିକ ହେଉଛି ଡି-୧, ଡି-୨, ଡି-୩ ଓ ଡି-୪ । ଏମାନଙ୍କ ମଧ୍ୟରୁ ଡି-୨ ଷ୍ଟ୍ରେନ ସବୁଠାରୁ ଘାତକ ହୋଇଥାଏ । ଏହାଦ୍ୱାରା ଶରୀରରେ ଇଣ୍ଟରନାଲ ବ୍ଲିଡିଂ, ନିମ୍ନ ବ୍ଲଡପ୍ରେସର ଓ ରକ୍ତବାନ୍ତି ମଧ୍ୟ ହେବାର ସମ୍ଭାବନା ରହିଥାଏ ।

ଡି-୨ ଷ୍ଟ୍ରେନ କାରଣରୁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ । ଯେଉଁ ଅଞ୍ଚଳରେ ଏହି ଷ୍ଟ୍ରେନ ସଂକ୍ରମିତ ରହିଥିବେ ସେ ଅଞ୍ଚଳର ଲୋକମାନେ ଏଥିନେଇ ସତର୍କ ରହିବା ଜରୁରୀ । ବୁଖାର ଆସିବା, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା ଆଦି ଡେଙ୍ଗୁର ପ୍ରାଥମିକ ଲକ୍ଷଣ ହୋଇଥାଏ । ଜଣେ ସଂକ୍ରମିତ ହେବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଲକ୍ଷଣ ଦେଖାଦେଇଥାଏ । ଡେଙ୍ଗୁର ଇନକ୍ୟୁବେସନ ପିରିୟଡ ୨ ଦିନରୁ ଏକ ସପ୍ତାହ ମଧ୍ୟରେ ରହିଥାଏ । ଜଣେ ଜଣେ ବ୍ୟକ୍ତି ଡି-୨ ଷ୍ଟ୍ରେନରେ ସଂକ୍ରମିତ ହୁଏ, ତେବେ ତାଙ୍କର ରିସ୍କ ବହୁତ ବଢ଼ିଯାଇଥାଏ । ଡେଙ୍ଗୁର ପ୍ରକୋପରୁ ବର୍ତ୍ତିବାକୁ ହେଲେ ଘରେ କୌଣସି ଜାଗାରେ ପାଣି ଜମା ନକରିବା, ଆଖପାଖ ସଫା ରଖିବା, ମସାରି ଟାଙ୍ଗି ଶୋଇବା, ପ୍ରଚୁର ପାଣି ପିଇବା ଆଦି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

 

Get real time updates directly on you device, subscribe now.