fbpx

ଶବ ଗାଡ଼ିରେ ଚେତା ଫେରିଲା, ହାତ ଠାରି ଡାକି ନିଜ ଜୀବନ ବଞ୍ଚାଇଲେ ଯୁବକ

Advertisement

କୋଲକାତା : ଜୁନ୍ ୨ ଶୁକ୍ରବାର ର ସେହିୁ କାଳ ରାତି । ଗୋଟିଏ ସେକେଣ୍ଡରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଛିନ୍ଛତ୍ର ହୋଇଗଲା । କିଏ କୁଆଡେ ଛିଟିକି ପଡିଲେ ତାହାର କିଛି ହିସାବ ରହିଲା ନାହିଁ । ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । ଶହ ଶହ ମୃତଦେହକୁ ବସ୍ତା ଲଦା ହେଲା ଭଳି ଟ୍ରକରେ ଲଦା ହୋଇ ଚାଲିଥିଲା । ଏହି ସମୟରେ ଏକ ଚତ୍ମକାର ଘଟଣା ଘଟିଲା । ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଜିଇଁ ଉଠିଲେ । ଚେତା ଫେରିଲା ବେଳକୁ ସେ ନିଜକୁ ଶବମାନଙ୍କ ମଧ୍ୟରେ ପାଇଲେ । ଗୋଟିଏ କିମ୍ବା ଦୁଇଟି ୮ରୁ ୧୦ଟି ମୃତଦେହ ତଳେ ପଡିରହିଛି ନିଜ ଶରୀର.. । ପାଟି କରି କହି ପାରୁନାହାନ୍ତି କାହାକୁ.. ମୁଁ ମରିନି ବଞ୍ଚିଛି । ଏ ଶବ ମାନଙ୍କ ମଧ୍ୟରୁ ମୋତେ ଉଦ୍ଧାର କର । କାରଣ ଆର୍ତ୍ତ ଚିକ୍ରାରରେ ଫାଟି ପଡୁଛି ସ୍ଥାନୀୟ ଅଞ୍ଚଳ । କାହାକୁ ବା ଶୁଭିବ ତାଙ୍କର ଏହି କ୍ଷଣ ସ୍ୱର । ଏସବୁ ମଧ୍ୟରେ ଜାଣିବାକୁ ପାଇଲେ ଯେ ଗୋଟିଏ ପଟର ହାତ ଓ ଗୋଟ ଚଳୁନାହିଁ । ଦେହରୁ ରକ୍ତଶ୍ରାବ ହେଉଛି । କିନ୍ତୁ ଅନ୍ୟ ପଟର ହାତ ଓ ଗୋଡ ଚଳୁଛି । ହାତ ଉପରକୁ ଉଠାଇ ହଲାଇ ଉଦ୍ଧାରକାରୀଙ୍କୁ ସଙ୍କେତ ଦେବାକୁ ଚେଷ୍ଟା କଲେ । ଶେଷରେ ନିଜକୁ ଉଦ୍ଧାର କରିବାରେ ସଫଳ ହେଲେ କୋଲକତାର ୨୪ ବର୍ଷୀୟ ଯୁବକ ବିଶ୍ୱଜିତ୍ ମଲ୍ଲିକ ।

ବିଶ୍ୱଜିତ୍ ମଲ୍ଲିକଙ୍କ କହିବା ଅନୁସାରେ ତାଙ୍କୁ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଏ । ସେଠାରେ ବିଶ୍ୱଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ଘଟିବାକୁ ପରିବାର ଲୋକେ କାର ଯୋଗେ ତାଙ୍କୁ କୋଲକତା ନେଇଥିଲେ । ତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଗୋପାଳପୁର ଡାକ୍ତରଖାନା କର୍ତ୍ତୃପକ୍ଷ ବିଶ୍ୱଜିତଙ୍କୁ ଛାଡିବାକୁ ରାଜି ନଥିଲେ । ଏମିତିକି ତାଙ୍କ ପୁଅଙ୍କୁ କୋଲକତା ଯିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇନଥିଲା । ବିଶ୍ୱଜିତ୍ ଙ୍କ ପରିବାର ଲୋକ ତାଙ୍କୁ ପଶ୍ଚିମବଙ୍ଗ ଏସଏସ୍କେଏମ୍ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତାଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.