‘ବିକ୍ରମ’ ନାଁରେ ଜଣାଯିବ ଭାରତର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍, ମୋଦିଙ୍କୁ ଦିଆଗଲା ଉପହାର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଆଗଲା ପ୍ରଥମ ଭାରତର ଚିପ୍।

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସେମିକନ୍ ଇଣ୍ଡିଆ ୨୦୨୫’ ସମ୍ମିଳନୀର ଉଦଘାଟନ କରିଛନ୍ତି।  ଏହି ୩ ଦିନିଆ ସମ୍ମିଳନୀ ଭାରତର ଏକ ସୁଦୃଢ ଏବଂ ସ୍ଥାୟୀ ଇକୋସିଷ୍ଟମକୁ ଆଗକୁ ବଢାଇବ।

ଆଉ ଏହି ଅବସରରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ନିର୍ମିତ ପ୍ରଥମ ଚିପ୍ ପ୍ରଦାନ କରିଛନ୍ତି। ଆଉ ଦେଶର ଏହି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ର ନାମ ରଖାଯାଇଛି ବିକ୍ରମ।  ଯାହାକି ଏକ ୩୨ ବିଟ୍ ମାଇକ୍ରୋପ୍ରୋସେସର, ଯାହାକୁ ଭାରତର ମହାକାଶ ସଂସ୍ଥା ISRO ଦ୍ୱାରା ନିର୍ମାଣ କରାଯାଇଛି।

ଖରାପ ପରିସ୍ଥିତିରେ ବି କାମ କରିବ: ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବରେ ନିର୍ମାଣ ହୋଇଥିବା ଚିପ୍ ବିକ୍ରମ ସମ୍ପୂର୍ଣ୍ଣ ଭାବରେ ଭାରତରେ ତିଆରି ହୋଇଛି।  ଏହି ଚିପ୍ ମହାକାଶ ପ୍ରକ୍ଷେପଣ ଯାନର ସବୁଠାରୁ ଖରାପ ପରିସ୍ଥିତିରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରିବ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ଚିପ୍ ସବୁଠାରୁ ଖରାପ ପରିସ୍ଥିତିରେ ମଧ୍ୟ ସଠିକ୍ ଭାବରେ କାମ କରିବ।  ଚିପ୍ ବିକ୍ରମ ବ୍ୟତୀତ ଅଶ୍ୱିନୀ ବୈଷ୍ଣବ ଅନେକ ପ୍ରକାରର ଚିପ୍ ଉପସ୍ଥାପନ କରିଥିଲେ। ଯାହା ବିଭିନ୍ନ କମ୍ପାନୀ ଦ୍ୱାରା ତିଆରି କରାଯାଉଛି।