fbpx
BJD SKY
BJD SKY

ଦେଶର ଆରମ୍ଭ ହେବାକୁ ଯାଉଛି ପ୍ରଥମ ରାପିଡ୍ ଟ୍ରେନ୍ , ଆଖି ପିଛୁଳାକେ ପହଞ୍ଚିଯିବେ ମେରଟ

BJD

ନୂଆଦିଲ୍ଲୀ : ଭାରତର ଉଚ୍ଚାଭିଳାଷୀ ପ୍ରକଳ୍ପ ରାପିଡ ଟ୍ରାଞ୍ଜିଟ ସିଷ୍ଟମ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। କିନ୍ତୁ ଏହାର ଶୁଭାରମ୍ଭର ପ୍ରକୃତ ତାରିଖ ଏବଂ ସମୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଏହା ଚଳିତ ମାସ ଶେଷରେ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି । ଗୁରୁବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାହିବାବାଦର ରାପିଡେକ୍ସ ଷ୍ଟେସନରେ ପହଞ୍ଚି ପ୍ରସ୍ତୁତିକୁ ଅନୁଧ୍ୟାନ କରି ଷ୍ଟେସନକୁ ଯାଞ୍ଚ କରିଛନ୍ତି । ଜାତୀୟ ରାଜଧାନୀ ପରିବହନ ନିଗମ (NCRTC)ର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଭିଡିଓ ଉପସ୍ଥାପନା କରିଛନ୍ତି । ଯେଉଁଥିରେ କି ସମସ୍ତ ସମ୍ବନ୍ଧୀୟ ଦିଗ ଉପରେ ବିସ୍ତୃତ ସୂଚନା ଦିଆଯାଇଥିଲା ।

ସୂଚନା ଅନୁସାରେ, ରାପିଡ ଟ୍ରେନ ବ୍ୟବସ୍ଥା ସମାପ୍ତ ହେବା ପରେ ଦିଲ୍ଲୀରୁ ମେରଟ ଯାତ୍ରା ବହୁତ ସହଜ ହୋଇଯିବ । ଏଥିରେ ଯାତ୍ରା କରିବା ଦ୍ୱାରା ଯାତ୍ରାର ସମୟ ୪୦ ପ୍ରତିଶତ ହ୍ରାସ ପାଇବ । ବର୍ତ୍ତମାନ ବସ ଦ୍ୱାରା ଯାତ୍ରା କରିବା ପାଇଁ ଦିଲ୍ଲୀରୁ ମେରଟ ପର୍ଯ୍ୟନ୍ତ ଯାତ୍ରା ସମୟ ୧୨୦ ରୁ ୧୫୦ମିନିଟ ଲାଗୁଛି, ତେବେ କାରରେ ଦିଲ୍ଲୀରୁ ମେରଟ ପର୍ଯ୍ୟନ୍ତ ଯାତ୍ରା ସମୟ ପ୍ରାୟ ୧୨୦ ମିନିଟ ଅଟେ । କିନ୍ତୁ ରାପିଡ୍ ଟ୍ରେନରେ ଏହି ଯାତ୍ରାର ସମୟ ଏଥର ୯୦ମିନିଟ୍ କିମ୍ବା ତା’ଠାରୁ କମ୍ ବି ହୋଇପାରେ । ଦିଲ୍ଲୀ-ଗାଜିଆବାଦ-ମେରଟ RRTS କରିଡରର ପ୍ରାଥମିକ ବିଭାଗ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି । ବର୍ତ୍ତମାନ, ପ୍ରାଥମ ବିଭାଗଟି ୧୭ କିଲୋମିଟର ଲମ୍ବା ସାହିବାବାଦରୁ ଦୁହି ପର୍ଯ୍ୟନ୍ତ ବ୍ୟାପିଛି । ଏହି ପ୍ରଥମ ବିଭାଗରେ ପାଞ୍ଚଟି ଷ୍ଟେସନ୍ ରହିବ । ଯେଉଁଥିରେ ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହି ଏବଂ ଦୁଖାଇ ଡିପୋ ଅନ୍ତର୍ଭୁକ୍ତ ଅଟେ ।

ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ କରିଡରରେ ଆଞ୍ଚଳିକ ରେଳ ସେବା ଆରମ୍ଭ ହେବା ସହିତ ଲୋକମାନେ ଜାତୀୟ ରାଜଧାନୀ ଏବଂ ମେରଟ ମଧ୍ୟରେ ଦ୍ରୁତ ଗତିରେ ଯାତ୍ରା କରିପାରିବେ। RAPIDX ସେବା ଏକ ଆଧୁନିକ, ସ୍ଥାୟୀ, ସୁବିଧାଜନକ, ଦ୍ରୁତ, ନିରାପଦ ଏବଂ ଆରାମଦାୟକ ଯାତ୍ରା ଯୋଗାଇବ । ସମଗ୍ର କରିଡର ସମାପ୍ତ ହେବା ପରେ RRTS ଦିଲ୍ଲୀ ଏବଂ ମେରୁଟ ମଧ୍ୟରେ ଯାତ୍ରା ସମୟକୁ ୪୦ ପ୍ରତିଶତ ହ୍ରାସ କରିବ । ୨୦୨୫ ସୁଦ୍ଧା ଜନସାଧାରଣଙ୍କ ବ୍ୟବହାର ପାଇଁ ସମଗ୍ର ଦିଲ୍ଲୀ-ଗାଜିଆବାଦ-ମେରଟ କରିଡର ଖୋଲିବାକୁ NCRTC ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.