fbpx

ଅଲଗା ଅଲଗା ବିମାନରେ ଯାତ୍ରା କରୁଥିଲେ ଭାବି ଦମ୍ପତି; ଗୋଟିଏ ଦିନରେ ଦୁର୍ଘଟଣାଗ୍ରସ୍ତ ହେଲା ୨ଟି ଯାକ ବିମାନ

ଓଡ଼ିଶା ଭାସ୍କର: ଆମ ଓଡ଼ିଆରେ ଗୋଟେ ଲୋକ କଥା ଅଛି- ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏକଥା କହିବାର ମାନେ କେତେବେଳେ ଯେ କାହା ସହ କ’ଣ ହେବ ସେକଥା ଆମେ କେବେ କହିପାରିବା ନାହିଁ ।  ଇଟାଲୀର ତୁରିନ୍ ସହରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଗୋଟିଏ ଦିନରେ ଅଲଗା ଅଲଗା ଦୁଇ ସିଟ୍ ବିଶିଷ୍ଟ ବିମାନରେ ଚଢ଼ିଥିଲେ ଭାବି ଦମ୍ପତି, ଉଭୟ ବିମାନ ପରସ୍ପରଠାରୁ ୨୫ ମାଇଲ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, କିନ୍ତୁ ଉଭୟ ବଞ୍ଚି ଯାଇଛନ୍ତି । ୩୦ ବର୍ଷୀୟ ଷ୍ଟିଫାନୋ ପିରିଲି ଏବଂ ତାଙ୍କ ପ୍ରେମିକା ଆଣ୍ଟୋନିଏଟା ଡେମାସି ଗୋଟିଏ ଦିନରେ ଦୁଇଟି ଅଲଗା ଅଲଗା ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସବୁଠୁ ବଡ଼ କଥା ହେଉଛି ଏତେ ବଡ଼ ଦୁର୍ଘଟଣା ସତ୍ୱେ ଉଭୟ ସାମାନ୍ୟ ଆହତ ହୋଇଛନ୍ତି । ଗୋଟିଏ ବିମାନରେ ଆଣ୍ଟୋନିଏଟା ଏବଂ ତାଙ୍କ ପାଇଲଟ୍ ଏବଂ ଅନ୍ୟ ଏକ ବିମାନକୁ ଷ୍ଟେଫାନୋ ତାଙ୍କ କପିଲଟ୍ ସହ ଉଡ଼ାଉଥିଲେ । ଫେରିବା ସମୟରେ ଉଭୟ ବିମାନ ଘନ କୁହୁଡ଼ିରେ ଫସି ଯାଇଥିଲେ ଏବଂ ଦ୍ୱନ୍ଦ୍ୱ ଯୋଗୁଁ ଉଭୟ ବିମାନ ଭୁଶୁଡ଼ି ପଡ଼ିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ ଉଭୟ ବଞ୍ଚି ଯାଇଥିଲେ। ଏପରି ଏକ ବଡ଼ ଧରଣର ବିପଦରୁ ସହଜରେ ରକ୍ଷା ପାଇଯିବା ଖବର ବର୍ତ୍ତମାନ ସାରା ବିଶ୍ୱରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.