fbpx

ତିବ୍ଦତ ପିରିସ୍ଥିତି ଉପରେ ଧ୍ୟାନ ଦେବାକୁ ଦଲାଇଲାମାଙ୍କ ଅପିଲ, ଚୀନ କରୁଛି ପ୍ରାକୃତିକ ସମ୍ପଦ ନଷ୍ଟ

ନୂଆଦିଲ୍ଲୀ: ତିବ୍ଦତ ପ୍ରାକୃତିକ ସମ୍ପଦକୁ ଚୀନ ଦ୍ୱାରା ନଷ୍ଟ କରାଯିବାକୁ ନେଇ ଆଧ୍ୟତ୍ମିକ ଗୁରୁ ଦଲାଇଲାମା ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି । ଏହା ଯୋଗୁଁ ତିବ୍ଦତ ପର୍ଯ୍ୟାବରଣ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ଦଲାଇଲାମା ଏହି ନିବେଦନ ଏପରି ସମୟରେ କରିଛନ୍ତି ଯେତେବେଳେ ଅନେକ ଦେଶର ନେତାମାନେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ୨୬ ତମ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏମିତିରେ ଦଲାଇଲାମା ତିବତର ପରିସ୍ଥିତି ଏବଂ ଜଳବାୟୁ ଏବଂ ବିଶ୍ୱସ୍ତରରେ ଜଳବାୟୁ ସଙ୍କଟ ଉପରେ ଅଧିକ ଧ୍ୟାନ ଦେବାକୁ ଅପିଲ କରିଛନ୍ତି ।

ଦଲାଇଲାମା କହିଛନ୍ତି ଏସିଆରେ ତିବ୍ଦତ ପାଣିର ଏକ ମୁଖ୍ୟ ସ୍ରୋତ । ପାକିସ୍ତାନର ସିନ୍ଧୁ ଠାରୁ ଭାରତର ଗଙ୍ଗା ଏବଂ ବ୍ରହ୍ମପୁତ୍ର, ଚୀନର ୟେଲୋ ରିଭର, ଭିଏତନାମର ମକାଙ୍ଗ ନଦୀ ତିବତରୁ ବାହାରିଛି । ଆମକୁ ତିବତର ପରିସ୍ଥିତି ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏହା କେବଳ ୬୦-୭୦ ଲକ୍ଷ ତିବ୍ଦତୀୟ ଲୋକଙ୍କ ନୁହେଁ ବରଂ ଏକ ଭୂଖଣ୍ଡ ପାଇଁ ହିତକର ହେବ ।

Get real time updates directly on you device, subscribe now.