fbpx

କରୋନାର ସାଙ୍ଘାତିକ ପରିସ୍ଥିତି: ଏହି ରାଜ୍ୟରେ ଲକଡାଉନ୍ ଲାଗୁ ନେଇ ନିଷ୍ପତ୍ତି, ଜାଣନ୍ତୁ କେଉଁଠି?

Advertisement

ନୂଆଦିଲ୍ଲୀ,୯ ।୪: ସାରା ଦେଶରେ କେରାନାର ଦ୍ୱିତୀୟ ଲହରୀ ମାଡିଆସିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗୁ ହେଉଛି । ଦେଶର ଅନେକ ରାଜ୍ୟରେ ସାପ୍ତାହିକ ଲକଡାଉନ ଲାଗୁ ପରେ ଏବେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହେବା ପାଇଁ ଯୋଜନା ଚାଲିଛି । ଏହା ବ୍ୟତିତ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ଲଗାଯାଇଛି । ଦେଶରେ କରୋନା ପରିସ୍ଥିତି ବିଗୁଡୁଥିବାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋନ୍ଦୀ ନିକଟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଜ୍ୟରେ ସମ୍ପୁର୍ଣ୍ଣ ଲକଡାଉନ ଲାଗୁ ହେବା ନେଇ ନିଷ୍ପତ୍ତି ନିଆଯାଇଛି…

ମହାରାଷ୍ଟ୍ର ଓ ପଞ୍ଜାବ: ସବୁଠାରୁ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ଏହି ଅବସରରେ ରାତି ୮ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ପ୍ରତିବନ୍ଧକ ଲାଗୁ ହେବ । ଆସନ୍ତା ନିଷ୍ପତତ୍ତି ପର୍ୟ୍ୟନ୍ତ ସେଠାରେ ନାଇଟ୍ କର୍ଫ୍ୟୁ ଲାଗୁ ରହିବ ।

ସେହିପରି ପଞ୍ଜାବରେ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ୩୦ ଅପେଲ ପର୍ୟ୍ୟନ୍ତ ସେଠାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି ।

ଗୁଜରାଟ: ଗୁଜରାଟ ହାଇକୋର୍ଟ ରାଜ୍ୟରେ ଲାଇଟକର୍ଫ୍ୟୁ କିମ୍ବା ଲକଡାଉଊନ୍ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ପରେ ରାଜ୍ୟର ୨୦ଟି ପ୍ରମୁଖ ସହରରେ ୩୦ ଅପ୍ରେଏ ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ଗୁଜୁରାଟର ଚାରୋଟି ସହର – ଅହମ୍ମଦାବାଦ, ସୁରଟ, ଭଦୋଦରା, ରାଜକୋଟରେ ରାତ୍ରି କର୍ଫ୍ୟୁ ଜାରି ରହିଛି । ଏହା ବ୍ୟତୀତ ଜାମନଗର, ଭବନଗର, ଜୁନାଗଡ, ଗାନ୍ଧିନଗର, ଆନନ୍ଦ, ନାଦିଆଦ, ମେହେରାନା, ମୋର୍ବି, ଦାହୋଦ, ପାଟନ, ଗୋଧରା, ଭୁଜ, ଗାନ୍ଧୀଧାମ, ଭରୁଚ, ସୁରେନ୍ଦ୍ରନଗର ଏବଂ ଆମରେଲିରେ ମଧ୍ୟ ନୂଆ ଆଦେଶ ଲାଗୁ ହୋଇଛି ।

ରାଜସ୍ଥାନ: ଜୟପୁର, ଅଜମେର, ଭିଲୱାରା, ଯୋଧପୁର, କୋଟା, ଉଦୟପୁର, ସାଗୱାରା, କୁଶଲଗଡରେ ରାତି ୮ ଟାରୁ ୬ ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକଗୁଡିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ।

ଜାମ୍ମୁ କାଶ୍ମୀର: ଜାମ୍ମୁ ଏବଂ ଶ୍ରୀନଗର ବ୍ୟତୀତ ୮ ଟି ଜିଲ୍ଲା ଗୁରୁବାର ଏଠାରେ ରାତ୍ରି କର୍ଫ୍ୟୁ ଅଧୀନରେ ଆସିଛି। ଜାମ୍ମୁ, ଉଦାମପୁର, କାଥୁଆ, ଶ୍ରୀନଗର, ବାହାମୁଲା, ବୁଡଗାମ, ଅନନ୍ତନାଗ ଏବଂ କୁପୱାରା ଜିଲ୍ଲାର ସହରାଞ୍ଚଳରେ ଏହି ପ୍ରତିବନ୍ଧକ ଲଗାଯାଇଛି।

ମଧ୍ୟପ୍ରଦେଶ: ରାଜ୍ୟର ରତ୍ଲାମ, ବେତୁଲ, କାଟନି, ଖାର୍ଗୋନ ଏବଂ ଛିନ୍ଦୱାଣ୍ଡାରେ ୮-୯ ଦିନର ସମ୍ପୂର୍ଣ୍ଣ ଲକଡାଉନ ଲଗାଯାଇଛି। ଏହା ବ୍ୟତୀତ ରାଜ୍ୟ ରାଜଧାନୀ ଭୋପାଳର କୋଲାର ଅଞ୍ଚଳରେ ୯ ଦିନିଆ ତାଲା ଲଗାଯାଇଛି। ଏହି ଲକ୍ ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ ଟାରୁ କାର୍ୟ୍ୟକାରୀ ହେବ । ଯେଉଁଠାରେ, ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ୬ ଟାରୁ ସୋମବାର ସକାଳ ୬ ଟା ପର୍ୟ୍ୟନ୍ତ ତାଲା ପଡ଼ିବ ।

ଉତ୍ତରପ୍ରଦେଶ: ରାଜ୍ୟର ଗାଜିଆବାଦ, ନୋଏଡା, ମେରୁଟ, ବରେଲିରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ବରେଲିରେ ୨୦, ଗାଜିଆଡରେ ୧୭ ଏବଂ ମେରୁଟରେ ୧୮ ଏପ୍ରିଲ ପର୍ୟ୍ୟନ୍ତ ୧୮ ରାତ୍ରି କର୍ଫ୍ୟୁ ହେବ। ଏହାପୂର୍ବରୁ ପ୍ରୟାଗରାଜ, ବାରାଣାସୀ ଏବଂ ଲଖନଉରେ ପ୍ରତିବନ୍ଧକ ଲଗାଯାଇଥିଲା।

ସେହିପରି ଅନ୍ୟ ରାଜ୍ୟଗୁଡିକ: କର୍ଣ୍ଣାଟକ, ବାଙ୍ଗାଲୋର, ମାଇସୋର, ମାଙ୍ଗାଲୁରୁ, କଲବର୍ଗୀ, ବିଦାର, ତୁମାକୁରୁ, ଉଦୁପି, ମଣିପାଲରେ ସକାଳ ୧୦ ଟାରୁ ୫ ଟା ପର୍ୟ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକଗୁଡିକ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଜାରି ରହିବ । ଏଥି ସହିତ, ଓଡିଶାର ସୁନ୍ଦରଗଡ, ବରଗଡ, ସମ୍ବଲପୁର, ବାଲାଙ୍ଗୀର, ନାଉପଡା, କାଲାହାଣ୍ଡି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ାରେ ରାତ୍ରି କର୍ଫ୍ୟୁ ହେବ।

Get real time updates directly on you device, subscribe now.