fbpx

ଡାକ୍ତର କହିଲେ ୩ରୁ ୫ ବର୍ଷରେ ମୃତ୍ୟୁ ନିଶ୍ଚିତ ; ୨୯୪ କେଜି ବ୍ୟକ୍ତି ବିନା ଅସ୍ତ୍ରୋପଚାର ଏବଂ ଔଷଧରେ ୧୬୫ କେଜି ଓଜନ ହ୍ରାସ କଲେ … କିଭଳି ଜାଣନ୍ତୁ

ନୂଆଦିଲ୍ଲୀ : ଅତ୍ୟଧିକ ଓଜନ ଯୋଗୁଁ ଉଚ୍ଚ ବିପି, ମଧୁମେହ, ହୃଦଘାତ, ଫ୍ୟାଟି ଲିଭର ଭଳି ଅନେକ ସମସ୍ୟା ମାଡି ବସେ । ଯଦି ସେହିପରି ଓଜନ ବଜାୟ ରୁହେ, ତେବେ ଭବିଷ୍ୟତରେ କୌଣସି ଗୁରୁତର ରୋଗ ହେବାର ଆଶଙ୍କା ବଢିଯାଏ । ଆଜିକାଲି ଜଣେ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏତେ ଓଜନ ହ୍ରାସ କରିଛନ୍ତି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଛି । ଆମେରିକାର ମିସିସିପିର ବାସିନ୍ଦା ୪୨ ବର୍ଷିୟ ନିକୋଲାସ କ୍ରାଫ୍ଟଙ୍କ ଓଜନ ଜୁନ୍ ୨୦୧୯ ରେ ୨୯୪ କିଲୋଗ୍ରାମ ଥିଲା, କିନ୍ତୁ ୧୬୫ କିଲୋଗ୍ରାମ ହ୍ରାସ କରିବା ପରେ ବର୍ତ୍ତମାନ ତାଙ୍କର ଓଜନ ୧୩୦ କିଲୋଗ୍ରାମ । ନିକୋଲାସର ପ୍ରଥମ ଏବଂ ବର୍ତ୍ତମାନ ଫଟୋରେ ପାର୍ଥକ୍ୟ ସ୍ପଷ୍ଟ ଭାବରେ ଦେଖାଯାଇପାରେ ।

ନିକୋଲାସ୍ କିପରି ଏତେ ଓଜନ ହ୍ରାସ କଲେ ସେ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୋ ଉଚ୍ଚତା ୫ ଫୁଟ ୯ ଇଞ୍ଚ ଏବଂ ପିଲାଦିନରୁ ମୋର ଅଧିକ ଓଜନ ବୃଦ୍ଧି ସମସ୍ୟା ଥିଲା । ମୁଁ ଶାରୀରିକ ଭାବରେ ସକ୍ରିୟ ନଥିଲି, ସେଥିପାଇଁ ମୁଁ ଏତେ ଓଜନ ବଢିଯାଇଥିଲା । କୌଣସି ପାରିବାରିକ କାର୍ଯ୍ୟକ୍ରମରେ ର୍ମୁ ଯୋଗ ଦେଇ ପାରୁନଥିଲି । ଏହାର କାରଣ ଥିଲା ମୋର ବର୍ଦ୍ଧିତ ଓଜନ । ବୁଲିବା ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ମୋର ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶରୀରରେ ଯନ୍ତ୍ରଣା ଏବଂ ଶ୍ୱାସ ନେବାରେ ଅସୁବିଧା ହେଉଥିଲା। ”

ନିକୋଲାସ ଆହୁରି ମଧ୍ୟ କହିଛନ୍ତି, “୨୦୧୯ ରେ ଜଣେ ଡାକ୍ତର ମୋତେ କହିଥିଲେ ଯେ ଯଦି ମୁଁ ମୋର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦିଏ, ତେବେ ମୁଁ ୩-୫ ବର୍ଷ ମଧ୍ୟରେ ମରିଯିବି। ଏହା ପରେ ବଞ୍ଚିବା ପାଇଁ ମୋ ମାର୍ଗଦର୍ଶନ ବଦଳିଗଲା । ଓଜନ ହ୍ରାସ କରିବାରେ ମୋର ଜେଜେମା ମଧ୍ୟ ବହୁତ ସହଯୋଗ କରିଥିଲେ। ସେ ମୋତେ ଓଜନ ହ୍ରାସ ପାଇଁ ପ୍ରେରଣା ଦେଉଥିଲେ କିନ୍ତୁ ସେ ୨୦୧୯ ରେ ମୃତ୍ୟୁ ବରଣ କରିଥିଲେ। ସେ ମୋତେ ପତଳା ଦେଖିବାକୁ ଚାହୁଁଥିଲେ। ମୁଁ ତାଙ୍କୁ ପ୍ରତିଶୃତି ଦେଇଥିଲି ଯେ ମୁଁ ଓଜନ ହ୍ରାସ କରିବି। ”

ନିକୋଲ୍ସ କହିଛନ୍ତି, “ଓଜନ ହ୍ରାସ କରିବା ପାଇଁ ମୁଁ କଡ଼ା ଡାଏଟିଂ କରି ନଥିଲି। ମୁଁ ଖାଇବା ପଦ୍ଧତିକୁ ବଦଳାଇ କ୍ୟାଲୋରୀ ଗଣିବା ଆରମ୍ଭ କରିଥିଲି। ଏହା ସହିତ ମୁଁ ସୋଡା, ଭଜା ଖାଦ୍ୟ, ରୁଟି, ପାସ୍ତା ପିଇବା ବନ୍ଦ କରିଥିଲି। ଚାଉଳ ଏବଂ ଅନ୍ୟାନ୍ୟ କାର୍ବସ୍ ବଦଳରେ ଫଳ, ପନିପରିବା ଏବଂ ପ୍ରୋଟିନ୍ ଖାଦ୍ୟ ସାମିଲ କଲି । ଏହା ସହିତ ଶରୀରିକ ବ୍ୟାୟାମ ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲି । ଓଜନ ହ୍ରାସ କରିବା ପରେ, ମୋ ଶରୀରରେ କୌଣସି ଯନ୍ତ୍ରଣା ନାହିଁ, ଶ୍ୱାସକ୍ରିୟା ସମସ୍ୟା ଦୂର ହୋଇଛି, ମୁଁ ଅଧିକ ଶକ୍ତିଶାଳୀ, ଅଧିକ ଅନୁଭବ କରୁଛି ।

ଓଜନ ହ୍ରାସ କରିବା ପାଇଁ ମୁଁ କୌଣସି ଔଷଧ ଏବଂ ଅସ୍ତ୍ରୋପଚାର କିମ୍ବା ଅନ୍ୟ ପଦ୍ଧତି ବ୍ୟବହାର କରି ନାହିଁ। ସେ ଆହୁରି ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ ଓଜନ ହ୍ରାସ କରିବା ପାଇଁ କୌଣସି ସର୍ଟକଟ୍ ନିଅନ୍ତୁ ନାହିଁ । ସର୍ବଦା ପ୍ରାକୃତିକ ଉପାୟରେ ଓଜନ ହ୍ରାସ କରନ୍ତୁ।

Get real time updates directly on you device, subscribe now.