fbpx

ରାଜଧାନୀ ଭୁବନେଶ୍ୱରରେ ଦୃଶ୍ୟମାନ ହେଲାନି ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଲାନି ଚନ୍ଦ୍ରଗ୍ରହଣ। ବାଦଲ ଏବଂ ଦିଗବଳୟ କାରଣରୁ ଚନ୍ଦ୍ରଗହଣ ଦେଖାଯାଇ ନଥିବା ବିଶେଷଜ୍ଞ କହିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବାଜି ୧୧ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାର ଥିଲା। କିନ୍ତୁ ଦାବଲ ଏବଂ ବଳୟ ପାଇଁ ଏହା ଦୃଶ୍ୟମାନ ହୋଇନାହିଁ। ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ପଠାଣିସାମନ୍ତ ପ୍ଲାନେଣ୍ଟୋରିୟମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଲୋକେ ନିରାଷ ହୋଇ ଫେରିଥିବା ସୂଚନା ମିଳିଛି ।

ପଠାଣିସାମନ୍ତ ପ୍ଲାନେଣ୍ଟୋରିୟମର ବିଶେଷଜ୍ଞ କହିଛନ୍ତି ଯେ, ଚନ୍ଦ୍ର ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବେ ପୃଥିବୀର ଛାଇରେ ଘୋଡାଇ ହୋଇ ରହିଛି । ଏହା ସହିତ ଦିଗବଳୟରେ ବର୍ଷା ବାଦଲ ଅଧିକ ରହିଥାଏ । ଏହି କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନାହିଁ । କିନ୍ତୁ ଦିଗଳୟ ହଟିଗଲେ ଏହା ସାମାନ୍ୟ ଦେଖାଯିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.