ଭୁବନେଶ୍ୱର: ରାଜ୍ୟରେ ଦେଖାଦେଲାଣି କାଳବୈଶାଖୀ ପ୍ରଭାବ । ବାଙ୍ଗିରିପୋଷିର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିବା ଜଣାପଡିଛି । ଗଛ ଭାଙ୍ଗିବାରୁ ବିଦ୍ୟୁତ୍ ସରବରାହ ବ୍ୟାଘାତ ରହିଛି ।
ତେବେ ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି। ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ସେହି ୪ଟି ଜିଲ୍ଲା ହେଲା ମୟୁରଭଞ୍ଜ,ବାଲେଶ୍ୱର,କେନ୍ଦୁଝର,ସୁନ୍ଦରଗଡ଼। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାଛଡ଼ା ୧୦ଟି ଜିଲ୍ଲାକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।