fbpx

ସାନ ଭଉଣୀ ମୁହଁକୁ ଗୁଳି ମାରିଲା ବଡ଼ ଭଉଣୀ, ସ୍ୱାମୀଙ୍କ ସହ ସଂପର୍କ ଥିବା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ମହିଳା ନିଜ ସାନ ଭଉଣୀର ମୁହଁକୁ ଗୁଳି ମାରିବା ଖବର ସାମ୍ନାକୁ ଆସିଛି । ଏଥିରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ଅପରାଧୀ ମହିଳା ସୋନୁ ଉପରେ ହତ୍ୟା କରିବା ପ୍ରୟାସ ଏବଂ ଅସ୍ତ୍ର ଅଧିନିୟମ ଅନୁଯାୟୀ ଅଭିଯୋଗ ହୋଇଛି । ଶାସ୍ତ୍ରୀ ପାର୍କ ଥାନେରେ ଏହି ମାମଲା ରୁଜୁ କରାଯାଇଛି ।

ପୋଲିସ କହିବା ଅନୁଯାୟୀ, ବଡ଼ ଭଉଣୀ ସୋନୁ ନିଜ ସାନ ଭଉଣୀ ସୁମାଇଲାଙ୍କ ମୁହଁକୁ ପିସ୍ତଲରେ ଗୁଳି ଦ୍ୱାରା ଆକ୍ରମଣ କରିଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ସୋନୁକୁ ସନ୍ଦେହ ହୋଇଥିଲା ଯେ, ସାନ ଭଉଣୀ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଛି । ଏହି ଦୁଇ ଭଉଣୀ ଦିଲ୍ଲୀର ଶାସ୍ତ୍ରୀ ପାର୍କର ବୁଲନ୍ଦ ମସଜିଦ ଅଞ୍ଚଳରେ ରହୁଥିଲେ ।

ଡେପୁଟି କମିଶନର ଆନନ୍ଦ ତିର୍କି କହିଛନ୍ତି ଯେ, ବୁଧବାର ରାତି ପ୍ରାୟ ୬.୩୦ ସମୟରେ ୨୦ ବର୍ଷୀୟ ସୁମାଇଲା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବଡ଼ ଭଉଣୀ ତାଙ୍କୁ ପିସ୍ତଲରେ ଗୁଳି କରି ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି।

Get real time updates directly on you device, subscribe now.