fbpx

Cervical Cancer : ଗର୍ଭାଶୟ କର୍କଟର ୯୫% ରୋଗୀ ଗାଁର ଗରିବ ବାସିନ୍ଦା, ସରକାର ଶୀଘ୍ର ଆରମ୍ଭ କରିବେ ଶସ୍ତା ଟିକାକରଣ

ନୂଆଦିଲ୍ଲୀ: ଗର୍ଭାଶୟ କର୍କଟ ବିଷୟରେ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୯୫% ଗର୍ଭାଶୟ କର୍କଟ ରୋଗୀ ଗରିବ ଏବଂ ଗାଁର ବାସିନ୍ଦା । ନିକଟରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଆଶ୍ଚର୍ଯ୍ୟଜନକ ଭାବେ ଖୁଲାସା ହୋଇଛି ଯେ,  ୯୦% ରୁ ଅଧିକ ଗର୍ଭାଶୟ କର୍କଟ ରୋଗୀ ଏପରି ଅଛନ୍ତି, ଯାହାର ଆୟ ବହୁତ କମ୍ ଏବଂ ସେମାନେ ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକ ।

 

ଏଭଳି ପରିସ୍ଥିତିରେ ଶସ୍ତା ଟିକା ସୁବିଧା ଆଣିବାକୁ ସରକାର ଯୋଜନା କରୁଛନ୍ତି, ଯାହା ଦ୍ୱାରା ଗ୍ରାମରେ ରହୁଥିବା ମହିଳା ଓ ବାଳିକାମାନଙ୍କୁ ଟିକାକରଣ କରାଯାଇପାରିବ । ଏହି ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ମହିଳା ଏବଂ ଝିିଅମାନଙ୍କୁ ସମୟ ସମୟରେ ଟିକାକରଣ କରାଯାଏ, ତେବେ ସେମାନଙ୍କୁ କର୍କଟ ଭଳି ବିପଦଜନକ ରୋଗରୁ ରକ୍ଷା କରାଯାଇପାରିବ  ।

 

୨୧ ଟି ଦେଶରେ ଏହି ରିସର୍ଚ୍ଚ କରାଯାଇଥିଲା:-

କର୍କଟ ଏତେ ବିପଜ୍ଜନକ ରୋଗ ଯେ, ଏହା ଆରମ୍ଭରେ ଚିହ୍ନଟ ହୋଇନଥାଏ  । ଯଦି ଏହା ଠିକ ସମୟରେ ଚିହ୍ନଟ ହୁଏ, ତେବେ ରୋଗୀର ଜୀବନ ରକ୍ଷା ହୋଇପାରିବ  । ୨୧ ଏସୀୟ ଦେଶରେ କରାଯାଇଥିବା ଅନୁସନ୍ଧାନର ରିପୋର୍ଟ ନିକଟରେ ଆନ୍ତର୍ଜାତୀୟ ଜର୍ଣ୍ଣାଲ ଦ ଲାନସେଟରେ ପ୍ରକାଶିତ ହୋଇଛି  । ଖବର ଅନୁଯାୟୀ, ଦିଲ୍ଲୀର ଏମ୍ସର କର୍କଟ ବିଶେଷଜ୍ଞ ଡକ୍ଟର ଅଭିଷେକ ଶଙ୍କର ଏହି ସମଗ୍ର ଅନୁସନ୍ଧାନର ଏକ ଅଂଶ ହୋଇଥିଲେ ।

 

୯୫% ରୋଗୀଙ୍କୁ ଉଦ୍ଧାର କରାଯାଇପାରିବ :-

 

ତେବେ ୯୫% ଗର୍ଭାଶୟ କର୍କଟ ରୋଗ ମାନବ ପାପିଲୋମା ଜୀବାଣୁ ଦ୍ୱାରା ହୋଇଥାଏ । ଏହି ବିଷୟରେ ୨୧ ଟି ଦେଶରେ ଗବେଷଣା ଚାଲିଛି  । ଲୋକଙ୍କୁ ଗର୍ଭାଶୟ କର୍କଟରୁ ରକ୍ଷା କରିବା ପାଇଁ ଡବ୍ଲୁଏଚଓ ଏବଂ ଭାରତ ଏହି ଅଭିଯାନରେ ମିଳିତ ଭାବେ କାର୍ଯ୍ୟ କରିବେ  । ୨୦୩୦ ସୁଦ୍ଧା ୧୫ ବର୍ଷର ୯୦ ପ୍ରତିଶତ ବାଳିକାମାନଙ୍କୁ ଟିକାକରଣ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.