ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ସାମ୍ବାଦିକ ସମ୍ମିଳନୀ କରି ବୁଝାଇଲେ ଭକ୍ତ ଦାସ, କହିଲେ ନିର୍ବାଚନ ଆୟୋଗ ନିର୍ବାଚନକୁ ହଡ଼ପ କରୁଛନ୍ତି
ରାହୁଲ ଗାନ୍ଧୀଙ୍କ 5 ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଓଡ଼ିଶାରେ ବୁଝାଇଲେ ଭକ୍ତ ଦାସ ।
ଭୁବନେଶ୍ବର : ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଥିଲେ । ନିର୍ବାଚନ ଆୟୋଗ ନିଜକୁ ମୁହଁ ଓ ସାମ୍ବିଧାନିକ ଦାୟିତ୍ବକୁ ନିଷ୍ଠାର ସହ ମୁକ୍ତ ଓ ଅବାଧ ନିର୍ବାଚନ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କର ହାତବାରିସି ହୋଇ କାର୍ଯ୍ୟ କରୁଛି । ଭାରତୀୟ ଜନତାପାର୍ଟିକୁ କିଭଳି ଭାବରେ ସାଧାରଣ ନିର୍ବାଚନ ଓ ରାଜ୍ୟ ନିର୍ବାଚନରେ ଅଧୂକ ସଂଖ୍ୟକ ଆସନ ମିଳିବ ସେଥିପାଇଁ ସମସ୍ତ ବେନିୟମ କାମକୁ ନିର୍ବାଚନ ଆୟୋଗ କରୁଛି ବୋଲି ବିରୋଧ ଦଳର ନେତା ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ।
ଏହାକୁ ନେଇ ଆଳି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ଆମ ଗଣତନ୍ତ୍ର ଓ ଆମ ଜନମତକୁ ହଡ଼ପ କରାଯାଉଛି ତାହାର ବିସ୍ତୃତ ବିବରଣୀ ଦେଇଛନ୍ତି ।
ରାହୁଲ ଗାନ୍ଧୀଙ୍କ 5 ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ-
ପ୍ରଥମ କୌଶଳଟି ହେଉଛି ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ନିଯୁକ୍ତି କରୁଥିବା ପ୍ୟାନେଲକୁ ଅକ୍ତିଆର କରିନିଆଗଲା। ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ନିଯୁକ୍ତି କରୁଥିବା ପାନେଲରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରହିବାର ନିୟମ ଥିଲେ ମଧ୍ୟ ତାହାକୁ ପ୍ରଥମେ ମୋଦି ସରକାର ଗ୍ରହଣ କଲେ ନାହିଁ । ସେହି ସ୍ଥାନରେ ତାଙ୍କ ସରକାର ଦ୍ଵିତୀୟ ମୁଖ୍ୟ କ୍ୟାବିନେଟ ମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ସଦସ୍ୟ ଆକାରରେ ନେଲେ । ଫଳସ୍ବରୂପ ପ୍ୟାନେଲରେ ମାତ୍ର ତିନିଜଣ ସଦସ୍ୟ ରହିଲେ ଯଥା ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାରଙ୍କର ଅନ୍ୟ ଏକ ବରିଷ୍ଠ ମନ୍ତ୍ରୀ ଓ ବିରୋଧ ଦଳର ନେତା ।
ତେଣୁ ଯେଉଁମାନେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ କଥାରେ ପରିଚାଳିତ ହେବେ ଏବଂ ବିଜେପି ଦଳକୁ ସମସ୍ତ ସହଯୋଗ କରିପାରିବେ ସେହି ବ୍ୟକ୍ତିମାନଙ୍କୁ ନିର୍ବାଚନ ଆୟୋଗରେ ସଦସ୍ୟରୂପେ ଗ୍ରହଣ କରାଯାଉଛି। କାରଣ ସରକାରଙ୍କ ପାଖରେ ଦୁଇଟି ଥିଲା ବେଳେ ବିରୋଧୀଙ୍କ ପାଖରେ ମାତ୍ର ଗୋଟିଏ ଭୋଟ । ତେଣୁ ୨/୧ ନିଷ୍ପରିରେ ଏହା ସବୁବେଳେ ସରକାରଙ୍କ ସପକ୍ଷରେ ଯାଉଛି । ଫଳସ୍ବରୂପ ନିର୍ବାଚନ ଆୟୋଗର ସଦସ୍ୟମାନେ ବିଜେପି ଦଳର ପ୍ରତିନିଧୂଭଳି କାମ କରୁଛନ୍ତି । ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ କୌଣସି ପରିସ୍ଥିତିରେ ଏହି ସଦସ୍ୟମାନଙ୍କ ପାଖରୁ ଆଶା କରାଯାଇପାରିବ ନାହିଁ ।
ଦ୍ବିତୀୟ କୌଶଳ ନକଲି ଭୋଟରଙ୍କୁ ଭୋଟର ଲିଷ୍ଟରେ ସାମିଲ କରିବା। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମହାରାଷ୍ଟ୍ରରେ ଭୋଟରଙ୍କ ସଂଖ୍ୟା ୮ କୋଟି ୯୮ ଲକ୍ଷ ଥିଲା । ୫ ବର୍ଷପରେ ଅର୍ଥାତ ୨୦୨୪ ମେ ମାସରେ ଲୋକସଭା ନିର୍ବାଚନ ବେଳକୁ ମହାରାଷ୍ଟ୍ରର ଭୋଟର ସଂଖ୍ୟା ୯ କୋଟି ୨୯ ଲକ୍ଷକୁ ପହଞ୍ଚୁଲା । ୫ ବର୍ଷରେ ୩୧ଲକ୍ଷ ନୂଆ ଭୋଟର ଯୋଡ଼ିହେଲେ । କିନ୍ତୁ ୨୦୨୪ ନଭେମ୍ବର ମାସ ମହାରାଷ୍ଟ୍ରର ରାଜ୍ୟ ନିର୍ବାଚନ ବେଳକୁ ରାଜ୍ୟର ଭୋଟରଙ୍କ ସଂଖ୍ୟ ଅପ୍ରଖ୍ୟାତିତ ଭାବେ ବୃଦ୍ଧିପାଇ ୯ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇଲା । ଅର୍ଥାତ ମାତ୍ର ୬ ମାସରେ ୪୧ ଲକ୍ଷ ଅଧ୍ବକ ନୂଆ ନକଲି ଭୋଟରଙ୍କୁ ଭୋଟର ଲିଷ୍ଟରେ ଯୋଡ଼ି ଦିଆଗଲା। ଯଦି ୫ ବର୍ଷରେ ମାତ୍ର ନୂଆ ଭୋଟର ୩୧ଲକ୍ଷ ହେଉଛନ୍ତି, ୬ ମାସପରେ ଏହା କିପରି ୪୧ଲକ୍ଷକୁ ବୃଦ୍ଧିପାଇଲା ?
ଏହାର ଉତ୍ତର ନିର୍ବାଚନ ଆୟୋଗ ଦେଉନାହାଁନ୍ତି । କାରଣ ନିର୍ବାଚନ ହଡ଼ପ କରିବାପାଇଁ ନିର୍ବାଚନ ଅଧିକାରୀମାନେ ମୋଦି ଏବଂ ଶାହାଙ୍କ ଇସରାରେ କାମ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାରଙ୍କର ତଥ୍ୟ ଅନୁସାରେ ୨୦୨୪ ମସିହା ନଭେମ୍ବର ମାସ ସୁଦ୍ଧା ମହାରାଷ୍ଟ୍ରରେ ସମୁଦାୟ ୯ କୋଟି ୫୪ ଲକ୍ଷ ପ୍ରାପ୍ତ ବୟସ୍କ ଲୋକ ଥିଲେ । କିନ୍ତୁ ଭୋଟରଙ୍କ ସଂଖ୍ୟା ରାଜ୍ୟର ପ୍ରାପ୍ତ ବୟସ୍କ ଜନସଂଖ୍ୟା ଠାରୁ ୧୬ଲକ୍ଷ ଅଧୂକ କିପରି ହେଲା। ତୃତୀୟ ନିର୍ବାଚନୀ ହଡ଼ପ କୌଶଳ ହେଲା ଭୋଟ ହାରକୁ ମିଛରେ ବୃଦ୍ଧିକରି ଦର୍ଶାଇବା।
ମହାରାଷ୍ଟ୍ରରେ ବିଗତ ତିନୋଟି ବିଧାନସଭା ନିର୍ବାଚନରେ ମତଦାନ ହାରର ଯେଉଁ ଫଳାଫଳ ନିର୍ବାଚନ ଆୟୋଗଦ୍ୱାରା ପ୍ରକାଶ ପାଇଥୁଲା ତାହା ୨୦୨୪ ନିର୍ବାଚନର ମତଦାନ ହାରକୁ ଦେଖୁଲେ ଏଥିରେ ନିର୍ବାଚନ ହଡ଼ପ କୌଶଳକୁ ବୁଝି ହୋଇପଡ଼ିବ । ନିର୍ବାଚନ ସମୟରେ ମତଦାତାମାନେ ନିଜ ନିଜ ବୁଥରେ ଧାଡ଼ିହୋଇ ଛିଡ଼ା ହୋଇ ମତଦାନ କରି ଘରକୁ ଫେରିଯାଆନ୍ତି । କିନ୍ତୁ ଯେଉଁ ମତଦାତା ମାନେ ମତଦାନର ସମୟ ସରିବା ପରେ ବୃଥ କେନ୍ଦ୍ର ଭିତରେ ଅଛନ୍ତି ସେମାନେ ଭୋଟ ଦେଇପାରିବାର ନିୟମ ଅଛି। ୨୦୦୯ ରୁ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଚୂଡ଼ାନ୍ତ ଭୋଟ ହାରର ଫଳାଫଳ ପାଖାପାଖ .୫୦ ରୁ ୧.୦୮ ପର୍ଯ୍ୟନ୍ତ ବ୍ୟବଧାନ ରହୁଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଭୋଟ ଫଳାଫଳ ହାର ବ୍ୟବଧାନ ୭.୮୩ ପ୍ରତିଶତ ଚୂଡ଼ାନ୍ତ ମତଦାନର ବୃଦ୍ଧି ଘଟିଲା ।
ଏତେବଡ଼ ଚୂଡ଼ାନ୍ତ ମତଦାନର ପରିବର୍ତ୍ତନ କଦାପି ସମ୍ଭବନୁହେଁ । କାରଣ ଯଦି ଗୋଟିଏ ବୁଥରେ ଏତେବଡ଼ ବଡ଼ ସଂଖ୍ୟକ ଭୋଟର ରହିଯାଇଛନ୍ତି ତାହାହେଲେ ସେମାନଙ୍କୁ ଅନ୍ୟୁନ ୧୦ ଘଂଟା ସମୟ ଦରକାର ଭୋଟ ଦେବାପାଇଁ I ଆମ ଭୋଟ ମତଦାନ କ’ଣ ରାତିସାରା ଚାଲିଥିଲାକି ? ଏହାର କୌଣସି ଭିଡିଓ ରେକର୍ଡିଂ ଅଛିକି ? ନିର୍ଦ୍ଦିଷ୍ଟ ଲକ୍ଷ ଭିଭିକ ନକଲି ମତଦାନ କରାଇବା । ମହାରାଷ୍ଟ୍ରରେ ପ୍ରାୟ ୧ଲକ୍ଷ ବୁଥ ଅଛି । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନର ବୃଥ ଅନୁଯାୟି ବିଜେପି ଓ କଂଗ୍ରେସର ଭୋଟ ଫଳାଫଳକୁ ଦେଖୁଲେ ୧୨ ହଜାର ବୃଥରେ ବିଜେପି ବହୁତ କମଜୋର ଥିଲା । କିନ୍ତୁ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେହି ୧୨ ହଜାର ବୁଥରେ ପାଖାପାଖୁ ୮୫ ଟି ନିର୍ବାଚନ ମଣ୍ଡଳୀରେ ବିଜେପି ସପକ୍ଷରେ ଅଧୂକ ଭୋଟ କରିବାପାଇଁ ଯାଇ ନକଲି ଭୋଟରମାନଙ୍କୁ ସେହି ସବୁ ବୃଥମାନଙ୍କରେ ବହୁପରିମାଣରେ ଯୋଡ଼ି ଦିଆଯାଉଛି । ଯାହା ଫଳରେ ୨୦୨୪ ମହାରାଷ୍ଟ୍ର ଗାଜ୍ୟ ନିର୍ବାଚନରେ ଏନଡିଏ ଏହି ୮୫ଟି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଧିକ ଆସନ ଜିତିପାରିଛି । ଫଳସ୍ୱରୂପ ବିଜେପିକୁ ୧୩୪ ଆସନ ମିଳିଲା । କିନ୍ତୁ କିନ୍ତୁ ରାଜ୍ୟରେ ବାକି ୮୮ ହଜାର ବୁଥରେ ଏଭଳି ନକଲି ଭୋଟର ଯୋଡାଯାଇ ନାହିଁ ।
ପଞ୍ଚମ କୌଶଳଟି ସମସ୍ତ ଚଞ୍ଚକତାକୁ ସୂଚାଇଦେଲା । ୨୦୨୪ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନରେ ବିରୋଧ ଦଳ ଯେତେସବୁ ଅଭିଯୋଗ ନିର୍ବାଚନ ଆୟୋଗ ସମ୍ମୁଖରେ ରଖୁଛନ୍ତି ତାହାର କୌଣସି ଉତ୍ତର ମିଳୁନାହିଁ । ଏପରିକି ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନର ଭୋଟର ତାଲିକା (ଫଟୋ ସହ) ପ୍ରଦାନ କରିବାପାଇଁ ନିର୍ବାଚନ ଆୟୋଗ ସମ୍ମୁଖରେ ଦାବି କରାଯାଇଥିଲା । କିନ୍ତୁ ଆୟୋଗ ଏହାକୁ ଖାରଜ କରିଦେଲେ । ଖାଲି ସେତିକି ନୁହେଁ ମହାରାଷ୍ଟ୍ର ହାଇକୋର୍ଟ ୨୦୨୪ ରାଜ୍ୟ ନିର୍ବାଚନ ପ୍ରସଙ୍ଗରେ ହେଉଥିବା ମାମଲାରେ ନିର୍ବାଚନ ଆୟୋଗଙ୍କ ଗୋଟେ ନିର୍ଦ୍ଦିଷ୍ଟ ପୁଲିଂ ବୁଥର ଭିଡିଓ ଗ୍ରାଫି ଓ ସିସିଟିଭି ଫୁଟେଜ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।
କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କ ମତାମତ ନେଇ ଧାରା-୯୩, ଉପଧାରା-୨, ଏ ୧୯୬୧ ଜଣ ଅଫ ଇଲେକ୍ସନ ରୁଲର ସଂଶୋଧନ କରି ସିସିଟିଭି ଫୁଟେଳ ଏବଂ ଇଲୋଟ୍ରୋନିକ ରେକର୍ଡ ପ୍ରଦାନକୁ ନିଷିଦ୍ଧ କଲେ । ତେଣୁ ଏହି ଆଇନର ସଂଶୋଧନ ଏବଂ ସମୟକୁ ଦେଖୁଲେ ସବୁକିଛି ସ୍ପଷ୍ଟ ହୋଇଯାଉଛି। ନିର୍ବାଚନ ପୂର୍ବରୁ ଇଲେକସନ କମିଶନକୁ ସାଥ୍ରେ ନେଇ ବିଜେପି ନିର୍ବାଚନକୁ ଜିତିବାପାଇଁ ଯେଉଁ ମ୍ୟାଚ ଫିକ୍ସିଂ କରିଥିଲା ତାହାର ଫଳାଫଳ ସେଥିପାଇଁ ତାଙ୍କ ସପକ୍ଷରେ ଗଲା।
ଓଡ଼ିଶା ନିର୍ବାଚନରେ ବି କାରନାମା- ଓଡ଼ିଶାରେ ମଧ୍ୟ ୨୦୨୪ ରାଜ୍ୟ ନିର୍ବାଚନ ଓ ଲୋକସଭା ନିର୍ବାଚନରେ ବହୁ ବୁଥରେ ଏହିଭଳି କାରାନାମା କରାଯାଇଛି। ଯାହାଦୁରାଜି ଜନମତକୁ କାରସାଦି କରି ନିଜ ଦଳ ସପକ୍ଷରେ ନିଆଯାଇଛି । ତଳସରା ଠାରୁ ଆରମ୍ଭ କରି ଫୁଲବାଣୀ ବିଧାନସଭା କ୍ଷେତ୍ରରେ ବିଭିନ୍ନ ବୁଥର ମତଦାନ ହୋଇଥିବା ସଂଖ୍ୟାଠାରୁ ଅଧିକ ଭୋଟ ଗଣତି ହୋଇଥିବା ମଧ୍ୟ ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଫର୍ମ ୧୭–ସି ଅଭିଯୋଗ କରିଥିବା ରାଜନୈତିକ ଦଳମାନଙ୍କୁ ପ୍ରଦାନ କରୁନାହାନ୍ତି। ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା ମୋଦି ଶାହାଙ୍କ ଶାସନ କାଳରେ ଭାରତ ବର୍ଷର ଗଣତନ୍ତ୍ରକୁ ଦୂର୍ବନ କରିଦେବା ସହିତ ସମସ୍ତ ସାମ୍ବିଧାନିକ ଓ ସ୍ବାଧୀନ ଅନୁଷ୍ଠାନ ମାନଙ୍କୁ କରାୟତ କରିନେଇଛନ୍ତି ।
ନିର୍ବାଚନ ଆୟୋଗକୁ ହାତବାରିସକରି ନିର୍ବାଚନର ଫଳାଫଳକୁ ହଡ଼ପ କରାଯାଉଛି। ଏହାଦ୍ୱାରା ଗଣତନ୍ତ୍ର ଦୁର୍ବଳ ହେବାସହିତ ଜନମତକୁ ବେଖାତିର କରାଯାଉଛି । ଆସନ୍ତା ନିର୍ବାଚନରେ ଇଭିଏମ ପରିବର୍ତ୍ତେ ବାଲେଟରେ ଭୋଟ କରିବାପାଇଁ ସେ ଦାବି କରିଛନ୍ତି । ପୂର୍ବତନ ମନ୍ତ୍ରୀ ଶରତ ରାଉତ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଗଣତନ୍ତ୍ର ଓ ଆମ ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ସୁନ୍ଥ ଓ ନିରପେକ୍ଷ ନିର୍ବାଚନ ଆୟୋଗ ହେବା ଉଚିତ । କିନ୍ତୁ ଏବେ ଯାହା ଦେଖାଯାଉଛି ନିର୍ବାଚନ ଆୟୋଗ ମୋଦି ଶାହାଙ୍କ ଯୋଡ଼ିରେ କାର୍ଯ୍ୟ କରୁଛନ୍ତି ।
ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଯେଉଁ ଅଧୂକାରୀଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ସେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରସ୍କୃତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ସଚିବରୂପେ କାର୍ଯ୍ୟ କରୁଥିଲେ ଏବଂ ପୁର୍ନବାର ତାଙ୍କୁ ଅଧିକ ପୁରସ୍କୃତ କରାଯାଉ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାରେ ସୁଯୋଗ ଦିଆଗଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରଜନୀ ମହାନ୍ତି, ସୁଦର୍ଶନ ଦାସ, ଶ୍ରୀମତୀ ଜୟଶ୍ରୀ ପାତ୍ର ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।