fbpx

ଏପ୍ରିଲ ୧୯ ତାରିଖରେ ହେବ ନିର୍ବାଚନ, ୨୨ରେ ଫଳାଫଳ? ଲୋକସଭା ଇଲେକ୍ସନକୁ ନେଇ ଆସିଲା ଚିଠି! ଜାଣନ୍ତୁ ସତ୍ୟତା

Advertisement

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏହାପରେ ୨୨ ତାରିଖରେ ନିର୍ବାଚନର ଫଳାଫଳ ଘୋଣୋ ହେବ ବୋଲି ଏକ ପତ୍ରରେ ଉଲ୍ଲେଖ କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ତେବେ ବିଜେପି ଏବଂ କଂଗ୍ରେସ ଉଭୟ ଦଳ ଏଥିପାଇଁ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥି ଘୋଷଣା ମଧ୍ୟ କରି ସାରିଛନ୍ତି । କିନ୍ତୁ ମତଦାନ ତାରିଖକୁ ସମସ୍ତଙ୍କ ଅପେକ୍ଷା ରହିଥିଲା । ଏବେ ସୋସିଆଲ ମିଡିଆରେ ଏହି ତାରିଖ ସମ୍ପର୍କରେ ଏକ ଲେଟର ଭାଇରାଲ ହେବାରେ ଲାଗିଛି ।

Whatsapp ସମେତ ବିଭିନ୍ନ ସୋସିଆଲ ମିଡିଆରେ ବର୍ତ୍ତମାନ ଲୋକସଭା ନିର୍ବାଚନ ତାରିଖର ଏକ ଚିଠି ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ, ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ତାରିଖରେ ନୋମିନେସନ୍ ହେବ । ଏହାପରେ ଏପ୍ରିଲ ୧୯ ତାରିଖରେ ନିର୍ବାଚନ ମତଦାନ ହେବା ସହିତ ୨୨ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ । ମେ’ ୨୨ ତାରିଖରେ ଭେଟଗଣତି ହେବା ସହିତ ଫଳାଫଳ ପ୍ରକାଶ ପାଇବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି । ଏହାପରେ ମେ’ ୩୦ ତାରିଖରେ ନୂଆ ସରକାର ଗଠନ କରାଯିବା ନେଇ ଭାଇରାଲ ହେଉଥିବା ଏହି ପତ୍ରରେ ଦାବି ହୋଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପତ୍ର ସତ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏହା ଏକ ନକଲି ଚିଠି, ଯାହା ସୋସିଆଲ ମିଡିଆରେ ଗୁଜବ ଭାବରେ ଭାଇରାଲ କରାଯାଉଛି । ଏ ନେଇ ନିର୍ବାଚନ ଆୟୋଗ ସ୍ପଷ୍ଟ ସୂଚନା ଜାରି କରିଛନ୍ତି ।

ନିର୍ବାଚନ ଆୟୋଗ ତରଫରୁ X(ଟ୍ୱିଟର)ରେ ଏକ ପୋଷ୍ଟ କରାଯାଇ ଏହାର ସ୍ପଷ୍ଟୀକରଣ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ୨୦୨୪ର ତାରିଖକୁ ନେଇ ଏକ ନକଲି ଲେଟର୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମେସେଜ୍ ଭୁଲ ଏବଂ ନକଲି । ଭାରତୀୟ ନିର୍ବାଚନ ଆୟୋଗ ତରଫରୁ ବର୍ତ୍ତମାନ ସୁଦ୍ଧା ମତଦାନ ତାରିଖ ଘୋଷଣା କରାଯାଇ ନାହିଁ । ଆୟୋଗ ତରଫରୁ ପ୍ରେସ କନଫରେନ୍ସ ଡାକାଯାଇ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଆୟୋଗ ।

Get real time updates directly on you device, subscribe now.