fbpx

ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଲା ଇଓଡବ୍ଲ୍ୟୁ ଓ ଇଡି ଟିମ୍‌‌ ; ଧାଡିରେ ଥିବା ଲୋକଙ୍କୁ ପଚରାଉଚରା

ଓଡିଶା ଭାସ୍କର; ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଲା ଇଓଡବ୍ଲ୍ୟୁ ଓ ଇଡି ଟିମ୍‌‌ । ଏହା ସହ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଥିବା ସୂଚନା ରହିଛି । ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଲାଗି ରହିଛି । ମାତ୍ର ଏହି ଧାଡି ଲଗାଇଥିବା ଲୋକ ପ୍ରାୟ ସମସ୍ତେ ଶ୍ରମିକ ଶ୍ରେଣୀର ବୋଲି ଦେଖିବାକୁ ମିଳୁଛି । ତେବେ ଖରାରେ ଲାଇନ ଲଗାଇ ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ସେମାନଙ୍କୁ ୩୦୦ ଟଙ୍କା ମଜୁରୀ ମିଳୁଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଟଙ୍କା ବଦଳାଇଦେଲେ ସେମାନଙ୍କୁ ମଜୁରୀ ମିଳୁଥିବା କଥା ଗ୍ରହଣ କରିଥିଲେ ଧାଡିରେ ଥିବା ଏହି ଗରିବ ଲୋକମାନେ ।

ତେବେ ଏଭଳି ଖବର ପ୍ରକାଶ ପାଇବା ପରେ ଆଜି ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି ଇଓଡବ୍ଲ୍ୟୁ ଓ ଇଡି ଟିମ୍‌‌ । ଏହା ସହ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ସେମାନେ ପଚରାଉଚରା କରୁଥିବା ଦେଖିବାକୁ ମିଳିଛି । ଏହି ପଚରାଉଚରା କାର୍ୟ୍ୟରେ ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ସାମିଲ ହୋଇଛନ୍ତି। ଇଓଡବ୍ଲ୍ୟୁ ଟିମ୍‌‌ ତଦନ୍ତ ପରେ ପରେ ପହଞ୍ଚିଥିଲା ଇଡି ଟିମ୍‌‌ । କଳାଧନ ରଖିଥିବା କିଛି ବ୍ୟବସାୟୀ ଏବଂ କିଛି ବ୍ୟକ୍ତି ଏହି ଗରିବ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା କୁହାଯାଉଛି ।

Get real time updates directly on you device, subscribe now.