fbpx

(Video) ମାଙ୍କଡ଼ରୁ ମଣିଷ ଜାତିର ବିକାଶ: AI ଦେଖାଇଲା ଭବିଷ୍ୟତର ମାନବ ସମାଜ

ନୂଆଦିଲ୍ଲୀ: ମାଙ୍କଡ଼ରୁ ହିଁ ମଣିଷର ଜନ୍ମ ବୋଲି ଇତିହାସ ଏବଂ ଗ୍ରନ୍ଥ ଇତ୍ୟାଦିରୁ ଆମର ବିଶ୍ୱାସ ରହିଛି । ସମୟ ଏବଂ ଆବଶ୍ୟକତା ଅନୁସାରେ, ମଣିଷର ଶରୀରର ଆକୃତି ଏବଂ ମାନସିକତାରେ ମଧ୍ୟ ପରିବର୍ତ୍ତନ ହୋଇଛି । ମାଙ୍କଡ଼ରୁ ଆଜିର ମଣିଷର ରୂପ ପାଇବା ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମେ ଲାଞ୍ଜ ହଟିଯିବା ପରେ ପୂର୍ବ ଅପେକ୍ଷା ଆଜିର ମଣିଷ ଦୁର୍ବଳ ଏବଂ କମ୍ ଉଚ୍ଚତାର ହୋଇ ଯାଇଛନ୍ତି । ତେବେ ଏମିତି ହେଲେ ଭବିଷ୍ୟତରେ ମଣିଷ କିପରି ଦେଖାଯିବ? ଏହି ପ୍ରଶ୍ନର ଉତ୍ତରରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

ଏହି ଭିଡିଓରେ ଏଆଇ ଦ୍ୱାରା ଟାଇମ ଲାପ୍ସ ମାଧ୍ୟମରେ ମଣିଷ ଶରୀର, ଫେସନ୍ ଇତ୍ୟାଦିରେ ହୋଇଥିବା କିମ୍ବା ହେବାକୁ ଥିବା ପରିବର୍ତ୍ତନ ଗୁଡ଼ିକୁ ଦର୍ଶାଯାଇଛି । ଭବିଷ୍ୟତରେ ମାନବ ସମାଜ କେତେ ଭୟଙ୍କର ହେବ, ସେ ନେଇ ମଧ୍ୟ ଏହି ଭିଡିଓରେ ସୂଚନା ଦିଆଯାଇଛି । ଭିଡିଓ ଆରମ୍ଭରେ, ମାଙ୍କଡ଼ଠାରୁ ଆଦିମ ମଣିଷ ପର୍ୟ୍ୟନ୍ତ ସମୟ ଦେଖାଯାଇଛି, ଯେଉଁଠାରେ ଲୋକମାନେ ବର୍ଚ୍ଛା ସାହାଯ୍ୟରେ ପଶୁ ଶିକାର କରୁଥିଲେ । ସମୟ ଅନୁକ୍ରମେ ରାଜା ଏବଂ ସମ୍ରାଟଙ୍କ ଯୁଗ ଆସିଲା । ଏହି ସମୟରେ ମଣିଷର ଏହି ରୂପକୁ ସେହି ସମୟର ଆବଶ୍ୟକତା ଅନୁଯାୟୀ ମୁକୁଟ ଏବଂ ପୋଷାକ ପିନ୍ଧିଥିବାର ଦର୍ଶାଯାଇଛି । ଧିରେ ଧିରେ ଲୋକଙ୍କ ପୋଷାକ ଏବଂ ଚାଲିଚଳଣୀ ସବୁ କିଛି ବଦଳିବାକୁ ଲାଗିଲା । ଭିଡିଓରେ ଦର୍ଶାଯାଇଛି ଯେ ଅସ୍ତ୍ରଶସ୍ତ୍ର ପିନ୍ଧି ଖଣ୍ଡା ଏବଂ ବର୍ଚ୍ଛା ସହିତ ଯୁଦ୍ଧ କରୁଥିବା ଜଣେ ବ୍ୟକ୍ତି ଆଜିର ସମୟରେ ଇଲେକ୍ଟ୍ରୋନିକ ଏବଂ ସାମାଜିକ ଜୀବନ ପର୍ୟ୍ୟନ୍ତ ପହଞ୍ଚି ପାରିଛି ।

ଭବିଷ୍ୟତରେ କିପରି ରୂପ ନେବ ମଣିଷ?

ଏଆଇ ସାହାଯ୍ୟରେ ପ୍ରସ୍ତୁତ ଭାଇରାଲ୍ ଭିଡିଓରେ ଯୁବକଙ୍କୁ ୧୦-୨୦ ବର୍ଷ ପୂର୍ବର ଡ୍ରେସିଙ୍ଗ ଷ୍ଟାଇଲରୁ ଆଜିର ପୋଷାକ ଏବଂ ହେୟାର ଷ୍ଟାଇଲର ପରିବର୍ତ୍ତନ ଦର୍ଶାଯାଇଛି । ତେବେ ଏଆଇର ଏହି ଭିଡିଓରେ ଦର୍ଶାଯାଇଥିବା ମଣିଷ ଖୁବ ଭୟଙ୍କର ଦେଖାଯାଇଛି । ଏହା ହଲିଉଡ ଚଳଚ୍ଚିତ୍ରରେ ଦେଖାଯାଉଥିବା ଆଭେଞ୍ଜର୍ସ ପରି ହୋଇପାରନ୍ତି ବୋଲି ଭିଡିଓରୁ ଦେଖିବାକୁ ମିଳିଛି । ଆଜିର ମଣିଷ ଆଗାମୀ ଦିନରେ ଏକ ରୋବୋଟ ପରି ପୋଷାକ ପିନ୍ଧି ଆକାଶରେ ଉଡ଼ିବା ଆରମ୍ଭ କରିବ ବୋଲି ଏହି ଭିଡିଓରେ ଦର୍ଶାଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

 

View this post on Instagram

 

A post shared by Science Station (@sciencestation.in)

Get real time updates directly on you device, subscribe now.